
ଖଡ଼ି ଛୁଆଁ ଉତ୍ସବ ପାଳିତ।
ରାଜ୍ୟ ସରକାରଙ୍କ ତରଫରୁ ଉତ୍କଳ ଦିବସ ଠାରୁ ୧୦ ଦିନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଆଜି ଦ୍ବିତୀୟ ଦିନ ରେ ରାଜ୍ୟ ର ଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟ ରେ ଖଡ଼ି ଛୁଆଁ ଉତ୍ସବ ପାଳନ କରାଯାଇଛି। ସୋର ବ୍ଲକ ର ସମସ୍ତ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟ ଆଜି ଖଡ଼ି ଛୁଆଁ ଉତ୍ସବ ପାଳନ କରାଯାଇଛି। ସୋର ବ୍ଲକ ର ଶିରାପୁର ଉଦୟ ନାରାୟଣ ବିଦ୍ୟାପିଠ, ସତ୍ୟାନନ୍ଦ ଉଚ୍ଚ ବିଦ୍ୟାଳୟ, ରାଧାନାଥ ବିଦ୍ୟାଳୟ, ସବିରା ବିଦ୍ୟାଳୟ , ଅନନ୍ତପୁର ଉଚ୍ଚ ବିଦ୍ୟାଳୟ ଗୁଡ଼ିକ ରେ ଆଜି ଏହି ଉତ୍ସବ ପାଳନ କରାଯାଇଛି। ପୁରୋହିତ ଙ୍କ ପୂଜା ପରେ ଏହି ଉତ୍ସବ ଆରମ୍ଭ ହେଇଥିଲା। ୫ ବର୍ଷ ରୁ ଅଧିକ ବୟସର ପିଲାମାନଙ୍କର ନାମ ଲେଖା ପରେ ସ୍କୁଲ ପରିସରରେ ତାଙ୍କ ଖଡ଼ି ଛୁଆଁ ଉତ୍ସବ ଆଡମ୍ବର ସହକାରେ ପାଳନ ହୋଇଥିଲା। ପ୍ରଥମେ ଛୋଟ ଛୋଟ ପିଲାମାନଙ୍କୁ ଚନ୍ଦନ ଓ ଫୁଲ ଦେଇ ସ୍ବାଗତ କରାଯାଇଥିଲା। ପରେ ଖଡ଼ି ଛୁଆଁ ଉତ୍ସବ ପାଳନ ହୋଇଥିଲା। ରାଜ୍ୟ ରେ ପ୍ରଥମ ଥର ଏଭଳି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି। ଛୋଟ ଛୋଟ ପିଲାମାନଙ୍କ ମନରେ ବେସ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।