ମହୁମାଛି ଆକ୍ରମଣରେ ଯୁବକ ଗୁରୁତର।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ମହୁମାଛି ଆକ୍ରମଣରେ ଯୁବକ ଗୁରୁତର। ଏପରି ଏକ ଘଟଣା ଘଟିଛି ସୋର ବ୍ଳକ ଅଧିନ ସାଜନପୁର ବାରୁଣୀ ଜଙ୍ଗଲ ରେ । ସୂଚନାଯୋଗ୍ୟ ସଞ୍ଜିବ କୁମାର ମହାପାତ୍ର (୨୬) ତାଙ୍କର ୬ ଜଣ ସାଙ୍ଗମାନଙ୍କ ସହ ମିଶି ଜଙ୍ଗଲ ରେ ଭୋଜି କରିବାକୁ ଯାଇଥିବା ବେଳେ ରୋଷେଇ ସମୟରେ ମହୁମାଛି ଅତର୍କିତ ଆକ୍ରମଣ କରିଥିଲେ। ଏହି ସମୟରେ ଅନ୍ୟମାନେ ନିକଟରେ ଥିବା କାଂଶବାଂଶ ନଇ ପାଣିରେ ବୁଡ଼ି ରହିଥିଲେ। କିନ୍ତୁ ସଞ୍ଜିବ ମହୁମାଛି ଆକ୍ରମଣରେ ଶିକାର ହୋଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। କିଛି ସମୟ ପରେ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
