ଛଦେଶ ବ୍ଲକ ଦାବୀରେ ଭାପୁର ଛକରେ ବନ୍ଦ ପାଳନ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଛଦେଶ ଅଞ୍ଚଳଟି ବହୁ ପୁରୁତନ ତଥା ରାଜ ରାଜୁଡ଼ା ସମୟରୁ ବେଶ ପରିଚିତ। ହେଲେ ଛଦେଶ ଅଞ୍ଚଳଟି ଏବେ ମଧ୍ୟ ଅନୁନତ ଭାବେ ପଛରେ ପଡି ରହିଛି। ଛଦେଶ ଅଞ୍ଚଳର ଉନ୍ନତି ତଥା ଛଦେଶ ବ୍ଲକ ଦାବିରେ ଆଜି ଛଦେଶର ୧୨ଟି ପଞ୍ଚାୟତର ୫୦ ହଜାର ଲୋକ ବାହାରିଛନ୍ତି। ସେମାନେ ଭାପୁର ଛକରେ ଦୋକାନ ବଜାର ବନ୍ଦ କରି ପୁରୁଣା କଟକ ସମ୍ବଲପୁର ରାସ୍ତାକୁ ସଂପୁର୍ଣ୍ଣ ବନ୍ଦ କରିଦେଇ ରାସ୍ତାରେ ବସି ରହିଛନ୍ତି । ଯାହାଦ୍ଵାରା କଟକ,ଢେଙ୍କାନାଳ,ଅନୁଗୋଳକୁ ଯାତାୟତ ବାଧାପ୍ରାପ୍ତ ଘଟିଛି। ଯଦି ଏଥିପ୍ରତି ଦୃଷ୍ଟି ଦିଆନ ଯାଏ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଗାଁ ଗାଁରେ ପହଞ୍ଚିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ମାଜିଷ୍ଟ୍ରେଟ ଏବଂ ଏସଡିପିଓ ପୋଲିସ ପ୍ରଶାସନ ଅଧିକାରୀମାନେ ଉପସ୍ଥିତ ରହି ବୁଝାସୁଝା କରିଥିଲେ।
