ଖଣ୍ଡାସାହି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: ବାର୍ଷିକ ଉତ୍ସବ ହେଉଛି ଏକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ଙ୍କର ମିଳନ ର ପର୍ବ। ଏହି ସତ୍ୟ କୁ ଦୃଷ୍ଟିରେ ରଖି ଖଣ୍ଡାସାହି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୧୯ ତମ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମକୁ ସଭାପତି ପ୍ରଧାନଶିକ୍ଷୟିତ୍ରୀ ବନଲତା ପୁହାଣ ପରିଚାଳନା କରିଥିବା ବେଳେ ଫିଡର୍ ସିଆର୍ ସିସି ତଥା ସହକାରୀ ଶିକ୍ଷକ ରବି ନାରାୟଣ ଦାସ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।
ମୁଖ୍ୟଅତିଥି ଭାବେ ଗୈରାଙ୍ଗ ଚନ୍ଦ୍ର ମହାପାତ୍ର ଯୋଗଦେଇ ଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷକ ସଂଘ ସଭାପତି ମହେଶ୍ୱର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମୋବାଇଲ ଠାରୁ ଦୂରେଇ ବହିକୁ ଆପଣାଇବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ସିଆର ସିସି ଅଜୟ କୁମାର ମଲ୍ଲିକ, ଦୟାନିଧି ମହାଳିକ, ସନ୍ଧ୍ୟାରାଣୀ କାହାଳୀ, ବିଶ୍ଵ ଭାରତୀ ପାଣିଗ୍ରାହୀ, କମଳାକାନ୍ତ ଶଙ୍ଖୁଆ, ରବିନାରାୟଣ ଦାସ ଯୋଗ ଦେଇଥିଲେ। ବାର୍ଷିକ କ୍ରୀଡ଼ା ରେ ଉତ୍ତିର୍ଣ୍ଣ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରାଣୀ କାହାଳୀ ଧନ୍ୟବାଦ ଅର୍ପଣ କରିଥିଲେ।
