*କୃଷି ବିଭାଗ ପକ୍ଷରୁ ପୁରସ୍କୃତ ହେଲେ ପଞ୍ଚାୟତ କୃଷି ଅଧିକାରୀ କେଶବ ପ୍ରଧାନ*
ବସ୍ତା:- ୧୮/୦୨/୨୬ (ନି.ପ୍ର)
ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ରେ ଥିବା ମଥାନୀ, ଦୁଧହଂସା, ବାସୁଚକୁରାଇ, ମୁକୁଳିସ, ଗଡପଦା, ରାଉତପଡା ପଞ୍ଚାୟତରେ କାର୍ଯ୍ଯରତ ପଞ୍ଚାୟତ କୃଷି ଅଧିକାରୀ କେଶବ ପ୍ରଧାନଙ୍କୁ ଭୂବନେଶ୍ବର ରେ ଅନୁଷ୍ଠିତ କୃଷି ଓଡିଶା କାର୍ଯ୍ଯକ୍ରମରେ ରାଜ୍ଯ ସ୍ତରରେ ବିବେଚିତ ହୋଇ ମାନପତ୍ର ଟ୍ରଫି ଉତ୍ତରୀୟ ପୁଷ୍ପଗୋଛ ଦେଇ ସମ୍ବର୍ଦ୍ଧୀତ ହୋଇଛନ୍ତି। ଗତ ୨୩/୦୧/୨୦୨୬ ରେ କୃଷିଓଡିଶା ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବରେ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରିନ୍ସପାଲ ସେକ୍ରେଟେରୀ ଅରବିନ୍ଦ ପାଢୀ, ଏଡିସିନାଲ ସେକ୍ରେଟେରୀ କୃଷି ଯନ୍ତ୍ର ପାତିରମୂଖ୍ଯ ଇମେଜ ଡାଇରେକ୍ଟର ଉପସ୍ଥିତ ରହି ଶ୍ରୀ ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ତାଙ୍କର କାର୍ଯ୍ଯଦକ୍ଷତା କୃଷକ ମାନଙ୍କ ସହିତ କୃଷିକ୍ଷେତ୍ରରେ ସବୁ ସମୟରେ ଜଡିତରହି ସଫଳତା ଅଧିକାର ହାସଲ କରିଛନ୍ତି। ଯାହାଫଳରେ ରାଜ୍ଯ ସରକାର ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ଖବରପ୍ରଚାରୀତ ହେବାପରେ ବସ୍ତା ଅଞ୍ଚଳରୁ ବହୁ ମାନ୍ଯଗନ୍ଯ ବ୍ଯକ୍ତି ତାଙ୍କୁ ସାକ୍ଷାତ କରି ଶୁଭେଛା ଯଣାଇଛନ୍ତି। ତେବେ ସବୁ ସମୟରେ କୃଷକ ମାନଙ୍କର ପାଖେପାଖେରହି ସମସ୍ତ ସମସ୍ଯା ବିଭାଗିୟ ଅଧିକାରୀଙ୍କୁ ଅବଗତ କରିବା ସହିତ ଯଥାସାଧ୍ଯ ସମାଧାନ କରିବେବୋଲି ପ୍ରକାଶ କରିଛନ୍ତି।
ବାଲେଶ୍ବର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
