
*ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କଦ୍ୱାରା ଗୋଶାଳା ଉଦଘାଟିତ*
ତାଳଚେର : ପୁରୀ ଗୋବର୍ଧନ ପିଠାଧୀସ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଙ୍କର ତାଳଚେର ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ତାଳଚେର ବ୍ଲକ ଘଣ୍ଟପଡା ପଂଚାୟତ ବାଘମରା ଠାରେ ଏକ ଗୋଶାଳା ଉଦଘାଟିତ ହୋଇଛି |ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କର କର କୋମଳ ରେ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ଉଦଘାଟିତ ହୋଇଛି |ଡ଼ଃ ସଂଜୀବ ରାଉତ ଙ୍କ ଦ୍ୱାରା ନିର୍ମିତ ଉକ୍ତ ଗୋଶାଳା କୁ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଉଦଘାଟନ କରିଛନ୍ତି |ଏଥିରେ ଡ଼ଃ ରାଉତ ଙ୍କ ସମେତ ତାଙ୍କର ଧର୍ମପତ୍ନୀ ପ୍ରତୀଚୀ ବିଶ୍ୱାଳ, ଆଦିତ୍ୟ ବାହିନୀ ର ରାଜ୍ୟ ସଭାପତି ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ସଂଯୋଜକ ପର୍ଶୁରାମ ବାରିକ, ପଣ୍ଡିତ ରୋହିତ ଦାସ, ବରୁଣ କୁମାର ସାହୁ, ଗୋବର୍ଧନ ପୀଠ ର ବହୁ କର୍ମକର୍ତା ଙ୍କ ସମେତ ଶତାଧିକ ଜନ ସାଧାରଣ ଉପସ୍ଥିତ ଥିଲେ |