*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ ଗଡରାଶନି ଜଙ୍ଗଲ ଅଞ୍ଚଳ ରୁ ମୁରୁମ୍ ମାଟି ଚୋରା ଚାଲାଣ ଅଭିଯୋଗ, ଯୁଗ୍ମ ତଦନ୍ତ ଆରମ୍ଭ, ଆବଶ୍ୟକ ପଦକ୍ଷେପ ଗ୍ରହଣ ନେଇ ରାଜସ୍ବ ବିଭାଗ ପକ୍ଷ ରୁ ପ୍ରକାଶ* ନୂଆପଡା(ମିଖାଏଲ ନନ୍ଦ)
ତା:୧୮.୦୨.
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ ଗଡରାଶନି ଜଙ୍ଗଳ ମାଳପଡା ଛକ ଥିବା ଏକ ଦୋକାନ ପଛ ପଟୁରୁ ମୁରୁମ୍ ମାଟି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କୁ ଭିତ୍ତି କରି ଖଡିଆଳ ତହସିଲ ବିଭାଗ ଏବଂ ଖଡିଆଳ ଜଙ୍ଗଳ ବିଭାଗ ମିଳିତ ରୂପେ ଘଟଣା ର ତଦନ୍ତ କରିଥିଲେ। ଏହି ଜଙ୍ଗଳ ର ମୂର୍ତ୍ତିକା ଅବକ୍ଷୟ ହୋଇ ବିଶାଲ କାୟ ବୃକ୍ଷ ମାନେ ମଧ୍ୟ ଆଗାମୀ ଦିନରେ ଟଳି ପଡ଼ିବା ଆଶଙ୍କା ଦେଖାଯାଉଛି। ଏଠାରେ ମାଟି ଖୋଲିବା ଘଟଣା ପରେ ଲଗାଣ ଜମି କହି ମିଥ୍ୟା ସୂଚନା ଦେଇଥିଲେ। ଜଙ୍ଗଳ କଡରୁ ମୁରୁମ ୦୮ ରୁ ୧୦ ଫୁଟ ଗଭୀର ଖୋଲି ମାଟି ବୁହା ଚାଲୁ ରହିଅଛି। ସେଠାରୁ ମାଟି ଆଣି ଏକ ପାରମ୍ପାରିକ ବର୍ଷା ଜଳ ନିଷ୍କାସନ ପଥ କୁ ଅବରୋଧ କରିଥିବା ଦେଖାଯାଉଛି। ବିଜେପୁର ଠାରୁ କୁଷମାଲ ଗ୍ରାମ ମୁଖ୍ୟ ସଡ଼କ ବିଶାଲ ପୋଲ ନିର୍ମିତ ହୋଇଅଛି। ସେହି ପୋଲରୁ ସେହି ଅଞ୍ଚଳ ର ସମସ୍ତ ବର୍ଷା ଜଳ ନିଷ୍କାସିତ ହୋଇଥାଏ । ଯୁଗ୍ମ ତଦନ୍ତ ଆରମ୍ଭ, କରିଥିବା ବେଳେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନେଇ ରାଜସ୍ବ ଏବଂ ଜଙ୍ଗଳ ବିଭାଗ ପକ୍ଷ ରୁ ପ୍ରକାଶ କରିଛନ୍ତି। ବର୍ତ୍ତମାନ ନୂଆପଡ଼ା ଶିଳ୍ପ ବିଭାଗ ଘଟଣା ର ତଦନ୍ତ କରୁଛନ୍ତି। ଏହି ମୁରମ୍ ଖୋଲିବା ସ୍ଥାନ ସଂରକ୍ଷିତ ଅଞ୍ଚଳ ହୋଇନଥିବା ବିଭାଗ ପକ୍ଷ ରୁ ପ୍ରକାଶ କରିଛନ୍ତି। ଶିଳ୍ପ ବିଭାଗ ଘଟଣାକୁ ହସ୍ତାନ୍ତର କରିଛନ୍ତି।
