*ଖଡ଼ିଆଳ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳନ* ।
ନୂଆପଡା (ମିଖାଏଲ ନନ୍ଦ)
ତା ୧୭-୦୨-୨୬
ନୂଆପଡା ଜିଲ୍ଳା ଅନ୍ତର୍ଗତ ଖଡ଼ିଆଳ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରମତୀ ସବିତା ପ୍ରଧାନଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସି ଆର ସି ସି ଶ୍ରୀ ମଧୁ ସୁଦନ ସାଗର ମୁଖ୍ୟ ଅତିଥି ଓ ପରିଚାଳନା କମିଟି ର ସଭାପତି ଶ୍ରୀ ଖୁସି ରାମ ଭୋଇ ମୂଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ। ବିଦ୍ୟାଳୟ ର ଶିକ୍ଷୟତ୍ରୀ ସବିତା ସୁନାନୀ, ଅର୍ଚନା ମିଶ୍ର, ବନ୍ଦନା ପଣ୍ଡା, ସ୍ଵାଗତିକା ଖମାରି ସହଯୋଗ କରିଥିଲେ। ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ। ଅତିଥି ମାନେ ଛାତ୍ର ଛାତ୍ରୀ ଙ୍କୁ ଭଲ ଭାବରେ ପାଠ ପଢି ଭଲ ମଣିଷ ହେବା ପାଇଁ ଉପଦେଶ ଦେଇ ଥିଲେ।
ତାପରେ ପୁରସ୍କାର ବିତରଣ କରାଯାଇଥିଲା। ପୂର୍ବରୁ ହୋଇଥିବା ବାର୍ଷିକ କ୍ରୀଡା ଉତ୍ସବ ଓ ବିଜ୍ଞାନ ମେଳା ତଥା ଶ୍ରେଣୀ ପରୀକ୍ଷା ରେ ଉଚ୍ଚ ମାନର ନୁମ୍ବର ରଖିଥିବା ଛାତ୍ରଛାତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଶ୍ରୀମତୀ ସବିତା ସୁନାନୀ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
