ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଶ୍ରୀ ଜଗନ୍ନାଥ ସେବା ସମିତି, ଦମନ ଦ୍ୱାରା ସାମାଜିକ ସେବା କାର୍ଯ୍ୟକ୍ରମ
ବେଲଗୁଣ୍ଠା,୧୬/୦୨,କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ସେବା ସେମିତିର ସଦସ୍ୟମାନେ ପବିତ୍ର ମହାଶିବ ରାତ୍ରି ଉପଲକ୍ଷେ ଦମନ ସୋମନାଥ ସ୍ଥିତ ପ୍ରଖ୍ୟାତ ଶିବାଳୟ ଶ୍ରୀ ସୋମନାଥ ମହାଦେବ ମନ୍ଦିର ନିକଟରେ ଜଳଛତ୍ର ଶିବିରର ଆୟୋଜନ କରିଥିଲେ l ଏହି ଶିବିରରେ ଶ୍ରଦ୍ଧାଳୁ ମାନଙ୍କୁ ନିଃଶୁଳ୍କ ଶୀତଳ ଜଳ ଓ ଥଣ୍ଡା ଦହିପାଣି ବିତରଣ କରାଯାଇଥିଲା l ପ୍ରତିବର୍ଷ ମହାଶିବରାତ୍ରି ଉପଲକ୍ଷେ ଏହି ସ୍ଥାନରେ ହଜାର ହଜାର ଭକ୍ତ ଙ୍କ ସମାଗମ ହୁଏ lପ୍ରକାଶ ଥାଉ କି ଶତାଧିକ ଶ୍ରଦ୍ଧାଳୁ ଏହି ସେବାର ଲାଭ ନେଇ ଆନନ୍ଦ ପ୍ରକାଶ କରିଛନ୍ତି ଓ ମାତ୍ରାଧିକ ଗ୍ରୀଷ୍ମତାପରୁ ନିସ୍ତାର ପାଇଁ ସଂଗଠନର ଏପରି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି l ଏହିପରି ସ୍ଵେଛାକୃତ ସେବା ଜାରି ରଖିବା ପାଇଁ ସଂଗଠନ ର ସଦସ୍ୟ ମାନେ ପ୍ରତିଜ୍ଞାବଦ୍ଧ ବୋଲି ପ୍ରକାଶ କରିଥିଲେ l ମାନବ ସେବା ହିଁ ଇଶ୍ୱର ସେବା ଧର୍ମର ପ୍ରଚାର ଏବଂ ପ୍ରସାର ପାଇଁ ଶ୍ରୀ ଜଗନ୍ନାଥ ସେବା ସମିତି, ଦମନ ର ସଦସ୍ୟମାନଙ୍କ ଉଦ୍ୟମ ପ୍ରଶଂସନୀୟ ଅଟେ।
ରିପୋର୍ଟ -ଶିବରାମ ଚୌଧୁରୀ
