ବେଲଖଣ୍ଡି ପୁରାତନ ଶୈବପୀଠରେ ମହାଶିବରାତ୍ରି (ଜାଗର) ଉପଲକ୍ଷେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ।
ଲାଞ୍ଜିଗଡ – ୧୫୵୦୨୵୨୬ (ଭଞଦୂତ ନି ପ୍ର) (ଈଶ୍ବର ଚନ୍ଦ୍ର ନାୟକ) ବେଲଖଣ୍ଡିର ଶିବ ମନ୍ଦିର ବହୁ ପୁରାତନ ଆଧାତ୍ମିକ ଶୈବପୀଠ ଅଟେ। ଏହା କଳାହାଣ୍ଡି ଜିଲ୍ଲାର ତେଲ ଓ ଉତେଇ ନଦୀର ସଂଗମ ସ୍ଥଳରେ ଅବସ୍ଥିତ। ଏହି ପୀଠ ପରିସର ଜିଲ୍ଲା ତଥା ପୋଡଶୀ ଜିଲ୍ଲାର ଭକ୍ତ,ବୈବସାୟୀ ଓ ଦର୍ଶନାଭିଳାଶୀମାନଙ୍କ ପାଇଁ ଚଳଚଂଚଳ ହୋଇଉଠିଛି। ସକାଳୁ ସକାଳୁ ଶ୍ରଦ୍ଧାଳୁମାନଙ୍କ ସୂଦ୍ରୀର୍ଘ ଧାଡି ଦର୍ଶନ ପାଇଁ ଲାଗିରହିଥିଲା । ସନ୍ଧ୍ୟା ଆରମ୍ଭରୁ ଶିବରାତ୍ରି (ଜାଗର) ଉଦ୍ଦେଶ୍ଯ ରେ ଦୀପଜାଳୀ ଶହସ୍ରାଧିକ
ଭକ୍ତମାନେ ରାତିସାରା ଉଜାଗର ରହି , ଶ୍ରୀ ଶ୍ରୀ ଧବଳେଶ୍ଵର ମହାଦେବଙ୍କ ଚିନ୍ତନରେ ଥିଲେ । ରାତିସାରା ଶୈବପୀଠଟି ଆଲୋକମୟ ହୋଇଥିଲା ।ଉକ୍ତ ଜାଗର ମେଳାଟି ପାଞ୍ଚଦିନ ଧରି ଏ ଅଞ୍ଚଳର ଲୋକମାନଙ୍କ ମନରେ ଧର୍ମ ଭାବନା ଓ ସଦଭାବନା ଜାଗ୍ରତ କରିଥାଏ।
