34 ତମ କେଳାକଟା ଭୀମପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
———————————–
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କେଳାକଟାର ଭୀମପାହାଡ଼ କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ 34ତମ ଭୀମପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ 14-02-2026ଶନିବାର ଦିନ ଉଦଯାପିତ ହୋଇଯାଇଛି l ଫାଇନାଲ ଖେଳରେ ମହାବୀର ଇଲେଭେନ ଫୁଲବାଣୀ ଓ ଥ୍ରୀ ସି ଇଲେଭେନ କିଆକଟା ମଧ୍ୟରେ କଡା ମୁକାବିଲା ହୋଇଥିଲା l ଶେଷରେ ଥ୍ରୀ ସି ଇଲେଭେନ କିଆକଟା ମହାବୀର ଇଲେଭେନ ଫୁଲବାଣୀକୁ ପରାଜିତ କରି ଉଇନର୍ସ ଘୋଷିତ ହୋଇଥିଲା l ଏହି ଖେଳକୁ ଅଞ୍ଚଳର ଶହ ଶହ କ୍ରୀଡ଼ାପ୍ରେମୀ ଉପଭୋଗ କରିଥିଲେ l ଟୁର୍ଣ୍ଣାମେଣ୍ଟରେ ସୁଦୂର ଭୁବନେଶ୍ୱରର ସମାଜସେବୀ ସାଗର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜେତା ଥ୍ରୀ ସି ଇଲେଭେନ କିଆକଟା ଦଳକୁ ଚମ୍ପିୟାନ ଟ୍ରଫି ସହିତ ନଗଦ 20,000/-ଅର୍ଥରାଶି ଓ ମହାବୀର ଇଲେଭେନ ଫୁଲବାଣୀ ଦଳକୁ ରନର୍ସ ଅପ ଟ୍ରଫି ସହିତ ନଗଦ 15,000/-ଅର୍ଥରାଶି ପ୍ରଦାନ କରିଥିଲେ l ଖେଳରେ ଜିତିବା ହାରିବା କିଛି ବଡ଼କଥା ନୁହେଁ, ଆଜିର ଯୁବଗୋଷ୍ଠି ମଧ୍ୟରେ ଏହି ଖେଳ ବନ୍ଧୁତ୍ୱ ଓ ଭାଇଚାରା ସମ୍ପର୍କର ଏକ ବାର୍ତ୍ତା ବହନ କରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମଥୁରା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର କହଁର, ରାଧାନଗର ଗ୍ରାମପଞ୍ଚାୟତ ର ସରପଞ୍ଚ ଗଣେଶ୍ୱର ବେହେରା, ପୁରୁଣାକଟକ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାଶଙ୍କର ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ଵାଣିଗୋଚ୍ଛା ର ରବି ମହାରଣା, ଆଡେଣୀଗଡ ର ଶ୍ରୀପତି ଭୋଇ, ଦେବେନ୍ଦ୍ର ଭୋଇ, ସୁବ୍ରତ ପ୍ରଧାନ, ଶୁଭ୍ରାଂଶୁ ଶେଖର ରଥ, ଅଜିତ କହଁର ପ୍ରମୁଖ ଯୋଗଦେଇଥିଲେ l ଖେଳକୁ ରଜତ କୁମାର ପ୍ରଧାନ ଓ ପ୍ରକାଶ ପ୍ରଧାନ ସମ୍ପୂର୍ଣ୍ଣ ଭାବରେ ପରିଚାଳନା କରିଥିଲେ l
