*ତୃତୀୟ ପର୍ଯାୟ ପଞ୍ଚଦିବସୀୟ ନୂତନ ପାଠ୍ୟପୁସ୍ତକ ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଶିବିର ଉଦଯାପିତ*
ହରଭଙ୍ଗା :-୧୪/୨-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଶିକ୍ଷା ନୀତି ୨0୨0 ଅନୁଯାଇ ତଥା ଓଡିଶା ପାଠ୍ୟକ୍ରମ ରୂପରେଖ-୨୦୨୫ ଆଧାରରେ ଶିକ୍ଷକଙ୍କ ନିମନ୍ତେ ପଞ୍ଚଦିବସୀୟ ନୂତନ ପାଠ୍ୟପୁସ୍ତକ ପ୍ରାୟୋଗାତ୍ମକ ପ୍ରଶିକ୍ଷଣ “ପ୍ରବୋଧନ”ଶିବିର ର ତୃତୀୟ ପର୍ଯ୍ୟୟ ତାଲିମ ଶିବିର ଶନିବାର ଉଦଯାପିତ ହୋଇଯାଇଛି। ଗୋଷ୍ଠୀ ସମ୍ବଳ ସଂଯୋଜକ ତଥା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୁବନେଶ୍ୱର ସେଠୀ ଙ୍କ ଅଧକ୍ଷତା ରେଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ଯୋଗଦେଇ ଆଗାମୀ ଶିକ୍ଷା ବର୍ଷ ଠାରୁ ରାଜ୍ୟରେ ତଥା ଜିଲ୍ଲା ରେ ନୂତନ ପାଠ୍ୟ ପୁସ୍ତକ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଚଳନ ହେବ। ଏଣୁ ବିଦ୍ୟାଳୟ ରେ କିଛି କରିବାର ଲକ୍ଷରଖି ପାଠ ପଢା କିପରି ସହଜ ଓ ସରସ ସୁନ୍ଦର ତଥା ରୁଚିପୁର୍ଣ ଭାବରେ ଶିକ୍ଷାଦାନ କରିବାକୁ ପରାମର୍ଶ ଦେବା ସହ ଶୃଙ୍ଖଳିତ, ସମୟାନୁବର୍ତ୍ତିତା, ଛାତ୍ରଛାତ୍ରୀ ମାନଂକୁ ସଠୀକ ଭାବରେ ଶିକ୍ଷାଦାନ ପ୍ରତି ଗୁରୁମନ୍ତ୍ର ଦେଉଥିଲେ। ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୁବନେଶ୍ୱର ସେଠୀ ଉକ୍ତ ପଞ୍ଚଦିବସୀୟ ତାଲିମ ଶିବିର ର ଶିବିରାଥୀ ମାନେ ଆଗାମୀ ଶିକ୍ଷା ବର୍ଷ ଠାରୁ ନିଜ ନିଜ ବିଦ୍ୟାଳୟ ରେ ନୂତନ ପାଠ୍ୟପୁସ୍ତକ ଅନୁଯାଇ ଶିକ୍ଷା ଦାନ ଦେବାକୁ ପରାମର୍ଶ ଦେଇଥିଲେ। ସାଧନ କର୍ମୀ ପ୍ରଶାନ୍ତ କୁମାର ସାହୁ, ଚାପଧାରୀ ପାତ୍ର, ପ୍ରକାଶ କୁମାର ମେହେର ଓ ଶୁଭଲଷ୍ମୀ ପରିଡା ପ୍ରମୁଖ ନିଜନିଜ ମତବ୍ୟକ୍ତ କରିଥିଲେ। ଶିବିରାଥୀ ଶିକ୍ଷକ ସରୋଜ କୁମାର ଭୋକ୍ତା, ସୁନୀଲ କୁମାର ଦାସ, ପ୍ରଦୀପ କୁମାର ସାହୁ, ବୈଷ୍ଟବ ବେହେରା, ଶିକ୍ଷୟତ୍ରୀ ପ୍ରମୋଦିନ ବାଇ ଓ ସୁଜାତା ଦୀପ ପ୍ରମୁଖ ପାଞ୍ଚ ଦିନର ଅନୁଭୂତି କୁ ପ୍ରକାଶ କରିଥିଲେ। ଗୀତ ସଂଗୀତ ମାଧମରେ ୫ ଦିନ ର ପାଠ ପଢା କୁ ଗାନ କରାଯାଇଥିଲା।ଉକ୍ତ ତାଲିମ ଶିବିର ରେ ବ୍ଲକ ର ବିଭିନ୍ନ
ବିଦ୍ୟାଳୟ ରୁ ତୃତୀୟ ପର୍ଯ୍ୟାୟ ରେ ୧୦୦ ଜଣ ଶିକ୍ଷକଶିକ୍ଷୟତ୍ରୀ ତାଲିମ ନେଇଥିଲେ। ଏବଂ ତାଲିମ ଦାତା ଭାବେ ପ୍ରଶାନ୍ତ କୁମାର ସାହୁ, ଚାପାଧାରୀ ପାତ୍ର, ପ୍ରକାଶ କୁମାର ମେହେର ଓ ଶୁଭଲଷ୍ମୀ ପରିଡା ପ୍ରମୁଖ ତାଲିମ ପ୍ରଦନ କରିଥିଲେ। ଶିକ୍ଷକ ସୁନୀଲ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ। ବ୍ଲକ ରେ ତିନୋଟି ପର୍ଯ୍ୟ। ୟରେ ୩୦୦ ଜଣ ଶିକ୍ଷକଶିକ୍ଷୟତ୍ରୀ ତାଲିମ ନେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହରା ପ୍ରକାଶ କରିଛନ୍ତି ଏବଂ ଆଗାମୀ ଦିନରେ ଆହୁରି ଶିକ୍ଷକ ଓ ଶିକ୍ଷୟତ୍ରୀ ତାଲିମ ନେବେ ବୋଲି କହିଛନ୍ତି।
