*ବିଶିଷ୍ଟ ନାଟ୍ୟକାର ନିର୍ଦ୍ଦେଶକ କୋରିଓଗ୍ରାଫର ମୋତିଲାଲ ବାଗ ସମ୍ମାନିତ।*
ନୂଆପଡା(ମିଖାଏଲ ନନ୍ଦ)
ତା:୧୪.୦୨.
ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ଧୋବେଇ ଏସ ଏସ ଡି ହାଇସ୍କୁଲ ର ୭୬ ତମ ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି। ଉତ୍ସବରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ପତି ଅଧ୍ୟକ୍ଷତା କରିଥିବା ବେଳେ,ମୁଖ୍ୟ ଅତିଥି ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଛନ୍ତି,ମୁଖ୍ୟବକ୍ତା ଭାବରେ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଇତିହାସ ଅଧ୍ୟାପକ ଗୟାଧର ମହାନ୍ତି ଯୋଗଦେଇ ଥିବାବେଳେ, ବିଶିଷ୍ଟ ଅତିଥି ଭାବରେ ଜ଼ିଲ୍ଲାପରିଷଦ ଅଧ୍ୟକ୍ଷା ଡଳୀ ମାଝୀ, ଅତିରିକ୍ତ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଭୋଇ ସାର ଯୋଗ ଦେଇ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଧୋବେଇ ଏସ ଏସ ଡି ହାଇସ୍କୁଲ କୁ ଏଡପ୍ସନ କରିଥିବା ଘୋଷଣା କରିବା ସହିତ ବିଦ୍ୟାଲୟ ର ସମସ୍ତ ଦାୟୀତ୍ୱ ନିଜେ ବହନ କରିବେ ବୋଲି ଘୋଷଣା କରିଛନ୍ତି। ବିଦ୍ୟାଳୟ ଛାତ୍ରଛାତ୍ରୀ ଜ଼ିଲ୍ଲା ତଥା ରାଜ୍ୟ ସ୍ତରରେ ଦଳଗତ ଆଦିବାସୀ ଲୋକ ନୃତ୍ୟ କରି ଜ଼ିଲ୍ଲା କୁ ଗୌରବାନ୍ନୀତ କରିଥିବା ରୁ ଭୁରିଭୁରି ପ୍ରଶଂସା କରିଥିଲେ। ଏଥିରେ ଯୁବ ନାଟ୍ୟକାର ନିର୍ଦ୍ଦେଶକ କୋରିଓଗ୍ରାଫର ମୋତିଲାଲ ବାଗ ଙ୍କ କଠୋର ପରିଶ୍ରମ ର ଫଳସ୍ୱରୂପ ଆଜି ମଞ୍ଚରେ ମୋତିଲାଲ ବାଗ ଙ୍କୁ ସୃତିସ୍ମାରକୀ ଉତ୍ତରୀୟ ଦେଇ ଭବ୍ୟ ସମ୍ବରଦ୍ଧନା ପ୍ରଦାନ କରାଯାଇଛି। ଶ୍ରୀବାଗ ସଫଳ କୋରିଓଗ୍ରାଫର ଏବଂ ଜଣେ ଦକ୍ଷ୍ୟ ସମ୍ପନ୍ନ ରାଜ୍ୟସ୍ତରୀୟ ନୃତ୍ୟ ବିଚାରକ ଭାବରେ ବେଶ ଜଣାଶୁଣା। ପରିଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ ନୃତ୍ୟଗୀତ ପରିବେଷଣ ହୋଇଥିଲା।
