ରେଡ଼ିଓ ବସୁଧା ପକ୍ଷରୁ ବିଶ୍ୱ ରେଡ଼ିଓ ଦିବସ ପାଳନ
(ଧର୍ମାନନ୍ଦ ସେଠି ଙ୍କ ରିପୋର୍ଟ)
କାମାକ୍ଷା ନଗର-
ରେଡ଼ିଓ ବସୁଧା ପକ୍ଷରୁ ବିଶ୍ୱ ରେଡ଼ିଓ ଦିବସ ଅବସରରେ “ଗୋଷ୍ଠି ଉନ୍ନୟନରେ ଗୋଷ୍ଠି ବେତାରର ଭୂମିକା” ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି।
ମୁଖ୍ୟ ଆଲୋଚକ ପ୍ରାଧ୍ୟାପକ ଡ଼. ପ୍ରଫୁଲ୍ଲ କୁମାର ପାଣି କହିଥିଲେ ଯେ ଗୋଷ୍ଠି ବେତାର ଗ୍ରାମ୍ୟ ଲୋକଙ୍କ ସହ ସିଧାସଳଖ ସଂଯୋଗ ସୃଷ୍ଟି କରି ସଚେତନତା ଓ ଉନ୍ନୟନର ଶକ୍ତିଶାଳୀ ମାଧ୍ୟମ ଭାବେ କାମ କରୁଛି।
ଅଧ୍ୟାପକ ପ୍ରଶାନ୍ତ କୁମାର ମିଶ୍ର ମତ ପ୍ରକାଶ କରି କହିଥିଲେ ଯେ ଗୋଷ୍ଠି ବେତାର ମାଧ୍ୟମରେ ଶିକ୍ଷା ଓ ସାମାଜିକ ସଚେତନତା ବୃଦ୍ଧି ପାଇ ଯୁବପିଢ଼ି ନିଜ ସମାଜ ପ୍ରତି ଅଧିକ ଦାୟିତ୍ୱଶୀଳ ହେଉଛନ୍ତି।
ସମାଜସେବୀ ମାନସ ପ୍ରଧାନ କହିଥିଲେ ଯେ ଗୋଷ୍ଠି ବେତାର ଲୋକଙ୍କ ସମସ୍ୟାକୁ ଲୋକଙ୍କ ଭାଷାରେ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଇବାରେ ଏକ ଭରସାଯୋଗ୍ୟ ସେତୁ ଭାବେ କାମ କରୁଛି।
ପ୍ରଭାକର ନାୟକ ମତ ଦେଇ କହିଥିଲେ ଯେ ସାଂସ୍କୃତିକ ପରମ୍ପରା, ଲୋକକଳା ଓ ଗ୍ରାମ୍ୟ ପରିଚୟକୁ ସୁରକ୍ଷିତ ରଖିବାରେ ଗୋଷ୍ଠି ବେତାରର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ।
କବି ମଣ୍ଟୁ ପ୍ରଧାନ କହିଥିଲେ ଯେ ଗୋଷ୍ଠି ବେତାର ମାଧ୍ୟମରେ ସାହିତ୍ୟ, କବିତା ଓ ସଂସ୍କୃତି ଗ୍ରାମ୍ୟ ଲୋକଙ୍କ ହୃଦୟକୁ ଛୁଇଁ ପାରୁଛି।
ଶିଶିର ଶତପଥୀ ମତ ପ୍ରକାଶ କରି କହିଥିଲେ ଯେ ଗୋଷ୍ଠି ବେତାର ସାମୁଦାୟିକ ସ୍ୱରକୁ ସଶକ୍ତ କରି ଲୋକସହଭାଗୀତା ମାଧ୍ୟମରେ ସସ୍ଥାୟୀ ଉନ୍ନୟନକୁ ଗତି ଦେଉଛି।
କାର୍ଯ୍ୟକ୍ରମରେ ରେଡ଼ିଓ ବସୁଧାର ସମ୍ପାଦକ ସରୋଜ ଶତପଥୀ, ସୁଶାନ୍ତ ପାଣି,ଇଂ ହିମାଦ୍ରୀ ଦାସ, ପ୍ରହଲ୍ଲାଦ ନାୟକ,ବାଦଲ ମହାନ୍ତି, ଦୀପକ ମିଶ୍ର, ଶିଶିର ପାଣି, ପ୍ରତିମା ବେହେରା, ସୁଚିତ୍ରା ବେହେରା ଓ ତୁଳସୀ ବେହେରା ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ରେଡ଼ିଓ ଦିବସର ମହତ୍ୱ ଓ ଗୋଷ୍ଠି ବେତାରର ସାମାଜିକ ଦାୟିତ୍ୱ ଉପରେ ଆଲୋଚନା କରିଥିଲେ
