*କଳିଙ୍ଗନଗର ରେ ସିଲ୍ ହେଲା ଆପେକ୍ସ ବିଲକନ୍ ବ୍ଲିଚିଙ୍ଗ ପ୍ଲାଣ୍ଟ l*
ଯାଜପୁର କଳିଙ୍ଗନଗର ଭଞ୍ଜଦୁତ (୧୨/୨): କଳିଙ୍ଗନଗରରେ ବେଆଇନ ଭାବରେ ଚାଲୁଥବା ତିନୋଟି ବାଟିଂ ପ୍ଲାଣ୍ଟକୁ ବନ୍ଦ ରଖିବା ପାଇଁ ମାସେ ହେଲା କଣ୍ଟଦେଇଥୁଲା ପ୍ରଦୂଷଣ ବୋର୍ଡ। ମାତ୍ର ପ୍ରଦୂଷଣ ବୋର୍ଡର କ୍ଲୋଜର ନୋଟିସକୁ ଅଣଦେଖା କରି ଦାନଗଦୀ ତହସିଲ ଅନ୍ତର୍ଗତ ମାଣତୀରା ଛକ ନିକଟରେ ଅବସ୍ଥିତ ଆପେକ୍ସ ବିଲକନ ବାଚିଙ୍ଗ ପ୍ଲାଣ୍ଟ ସହିତ ଡୁବୁରୀ ନରଣପୁର ଭିଆଇପି ରାସ୍ତା ପାର୍ଶ୍ବରେରେ ଥିବା ନଡିଆଭଙ୍ଗାର ଜାମୁପଶି ମୌଜାରେ ଥିବା ଆରବି ରେଡିମିକ୍ସ ଓ କମଳାକାନ୍ତ ଇଞ୍ଜିନିୟରିଂ କନଷ୍ଟକ୍ସନ୍କୁ କ୍ଲୋଜର ନୋଟିସ ହୋଇଥିବା ସତ୍ରେ ପ୍ଲାଣ୍ଟ ସବୁ ତାର ଉତ୍ପାଦନ କାର୍ଯ୍ୟ ଜାରି ରଖୁଥିଲେ। ପ୍ଲାଣ୍ଟ ପ୍ଲାଣ୍ଟ ସବୁ କାର୍ଯ୍ୟକ୍ଷମ ଥିବାର ଖବର ପାଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କ୍ଲୋଜାର ନୋଟିସ ଦେବାର ମାସେ ପରେ ଆଜି ଦାନଗଦୀ ତହସିଲଦାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ମଦନ ମୋହନ ସାହୁ ଓ ଯଖପୁରା ଥାନା ଅଧିକାରୀ ପ୍ରମୋଦିନୀ ସାହୁ ପ୍ରମୁଖ ଚଢାଉ କରି କାର୍ଯ୍ୟକ୍ଷମ ହେଉଥିବା ଆପେକ୍ସ ବ୍ଲିଚିଂ ପ୍ଲାଣ୍ଟକୁ ସିଲ୍ କରିଥିଲେ । ଆସନ୍ତା କାଲି ଚଢାଉ କରୁଥିବା ଟିମ୍ ଜମୁପଶି ଯିବେ ବୋଲି କହିଥିଲେ । ଆପେକ୍ସ ବଚିଙ୍ଗ ପ୍ଲାଣ୍ଟଟି ଯେଉଁ ଜମି ଉପରେ ନିର୍ମାଣ – ହୋଇଛି ତାହା ବେଆଇନ ଭାବରେ ସେ ବ୍ୟବହାର କରୁଥିଲା। ଯାହା ଆଇନ – ଅନୁଯାୟୀ ଦଣ୍ଡନୀୟ ଅପରାଧ । ଯେଉଁ ଜମିରେ ବାଚିଙ୍ଗ ପୁଣ୍ଟଟି ନିର୍ମାଣ ହୋଇଛି ତାହାର ନିଜସ୍ବ ଜମି ନୁହେଁ। ଫଳରେ ଦାନଗଦୀ ତହସିଲଦାର ଏହା ଉପରେ ଚଢାଉ କରିଥିଲେ।
