ବେଲଗୁଣ୍ଠା ସତସଙ୍ଗ କେନ୍ଦ୍ର ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଜନ୍ମମହୋତ୍ସବ
ବେଲଗୁଣ୍ଠା : ଗତ ମଙ୍ଗଳବାର ଦିନ ବେଲଗୁଣ୍ଠା ଜେ.ପି ରୋଡ଼ ସ୍ଥିତ ସତସଙ୍ଗ କେନ୍ଦ୍ର ଠାରେ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଶୁଭ ଆବିର୍ଭାବ ଦିବସ, ପରମପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ନବମ ଶୁଭ ଆଗମନୀ ଏବଂ ବେଲଗୁଣ୍ଠା ସତସଙ୍ଗ କେନ୍ଦ୍ରର ତ୍ରୟୋଦଶତମ ଉଦ୍ବୋଧନୀ ଦିବସ ମହା ଆଡ଼ମ୍ବର ସହକାରେ ବିଭିନ୍ନ ମାଙ୍ଗଳିକ ଅନୁଷ୍ଠାନାଦି ସହ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରେ ଉଷା କିର୍ତନ ପ୍ରତଃ ଘ ୦୬. ୨୦ ମି ସମୟରେ ଉଷା ବିନତୀ ପାର୍ଥନା ଓ ସତଗ୍ରନ୍ଥ ପାଠ ଏବଂ ସକାଳ ଘ୯.୨୦ମି ସମୟରେ ଠାକୁରଙ୍କ ପ୍ରତିମୂର୍ତିକୁ ସୁସଜ୍ଜିତ କରାଯାଇ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସମସ୍ତ ଗରୁଭାଇ ଭଜନ କୀର୍ତ୍ତନ କରି ନଗର ଭ୍ରମଣ କରିଥିଲେ । ନଗର ଭ୍ରମଣ ସାରି ଆସି ସମସ୍ତ ଗରୁଭାଇ ଓ ଭଉଣୀ ମାନେ ସତସଙ୍ଗ କେନ୍ଦ୍ର ଠରେ ପହଂଚି ସତସଙ୍ଗ ସଭାରେ ଯୋଗ ଦେଇଥିଲେ । ମୂଖ୍ୟ ବକ୍ତା ଭାବେ ପାରିକୁଦରୁ ଆସିଥିବା ଅଧର୍ଯ୍ୟୁ ନିରଂଜନ ବିଶ୍ୱାଳ ଯୋଗ ଦେଇ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବାଣୀ ସମାଜ ପ୍ରତି ବିଭିନ୍ନ ହିତୋପଦେଶ ବର୍ଣ୍ଣନା କରିଥିଲେ । ଶ୍ରୋତାମାନେ ମୁହୂର୍ମୁହୂ ହର୍ଷଧ୍ୱିନି ଓ ହୁଳହୁଳି ଦେଇ ବିପୁଳଭାବେ ଉତ୍ସହିତ କରିଥିଲେ । ବେଲଗୁଣ୍ଠା ସତସଂଙ୍ଗ କେଦ୍ରର ରିତକ ଅରଖିତ ରଣା, ସହ ପ୍ରତିରିତିକ ବିଜୟ କୁମାର ନାୟକ, ନିରଜଂନ ପରିଡ଼ା ଅଧର୍ଯ୍ୟୁ, ଭିକାରି ଚରଣ ବେହେରା ଯାଜକ, ଉକ୍ତ କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ପରିଚାଳନା କରିଥଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୁପେ ସହ ପ୍ରତିରିତିକ ପୋଲସରା, ନିରଂଜନ ବାରିକ, ଭଗବାନ ବଢେଇ ସହ ପ୍ରତିରିତିକ ଭଂଜନଗର, ଧୃବ ଚରଣ ମହାରଣା ସହ ପ୍ରତିରିତିକ ଭଂଜନଗର , ପ୍ରଫୁଲ କୁମାର ସାହୁ ଯାଜକ ସୋରଡ଼ା, ଶରତ କୁମାର ସାହୁ ଯାଜକ ଭଂଜନଗର , ଭବାନି ଶଙ୍କର ଗୈାଡ଼ ଅଧର୍ଯ୍ୟୁ ପୋଲସରା, ବିଘ୍ନରାଜ ଦୋରା ଯାଜକ ବୁଗୁଡ଼ା, ରବିନାରାୟଣ ନାୟକ ଅଧର୍ଯ୍ୟୁ ଜଗନ୍ନାଥ ପ୍ରସାଦରୁ ଆସି ଯୋଗ ଦେଇଥିଲେ । ମାଙ୍ଗାମା ପାତ୍ର ମା, ରେଣୁକା ଜେନା ମା ଆଦି ଭଜନ ପରିବେଶଣ କରିଥଲେ । ନୃସିଂହ ଚରଣ ସାହୁ କୋରେସ୍ , ଦଣ୍ଡପାଣି ଡ଼ାକୁଆ ଭାଇ ଉଦଣ୍ଡ କୀର୍ତ୍ତନ କରି ସମସ୍ତଙ୍କ ମନ ମୋହିଥିଲେ । ସଭା କାର୍ଯ୍ୟର ସମାପନ ପରେ ଜୟ ରଧେ କୀର୍ତ୍ତନ ସାରି ପ୍ରାୟ ୧୨୦୦ରୁ ଉର୍ଦ୍ଧ ଗୁରଭାଇ ଓ ଭଉଣୀ ମାନେ ଅନାନ୍ଦ ବାଜରରେ ପ୍ରସାଦ ସେବନ କରିଥିଲେ । ଯୁବ ଗୁରୁଭାଇ ଗୁରୁଦେବ ସାହୁ, ସୁଦିପନ ସାହୁ, କୁମାରେସ ସେଠୀ, ଆଷିଶ କୁମାର ନାୟକ, ଅମ୍ରିତ ଭାଇ ରାମକୃଷ୍ଣ ରାଉତ, ଅମର ପାତ୍ର , ଶୁସାନ୍ତ ବେହେରା, ଅମିତ ପାତ୍ର, ସୂର୍ଯ୍ୟକାନ୍ତ ସାହୁ , ସନାତନ ଭାଇ , ଦୀପକ କୁମାର ନାୟକ, ସୁରଜ କୁମାର ପ୍ରଧାନ, ଦୀନବନ୍ଧୁ ଜେନା, ସୁଦାମ ତ୍ରିପାଠୀ ଭାଇ ଆଦି ଉକ୍ତ କାର୍ଯ୍ୟ କ୍ରମରେ ପୁର୍ଣ୍ଣ ସହଯୋଗ କରିଥିଲେ ।
ରିପୋର୍ଟ -ଶିବରାମ ଚୌଧୁରୀ
