ନିଷ୍ଟ ବିଶ୍ୱବିଦ୍ୟାଳୟରେ ଏୟାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି (ଆଇସିଏଡିଏସ୍-୨୦୨୬) ଆନ୍ତର୍ଜାତିକ ସମ୍ମିଳନୀ ଉଦଘାଟିତ।
ଗୋଳନ୍ଥରା -ଆର୍ମି ଏୟାର ଡିଫେନ୍ସ କଲେଜ (ଏ ଏ ଡି ସି) ଏବଂ ନିଷ୍ଟ ବିଶ୍ୱବିଦ୍ୟାଳୟ ଦ୍ୱାରା ମିଳିତ ଭାବେ ନିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେ ଫେବ୍ରୁଆରି ୧୨ -୧୩ ତାରିଖରେ ଏୟାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି (ଆଇସିଏଡିଏସ୍-୨୦୨୬) ସମ୍ମିଳନୀ ର ସଫଳ ଆୟୋଜନ କରାୟାଇଥିଲା। ଏହି ସମ୍ମିଳନୀରେ 350ରୁ ଅଧିକ ବିଷୟବସ୍ତୁ ଗ୍ରହଣ କରାୟାଇଥିଲା, ସେଥିମଧ୍ୟରୁ ୫୭ ଟିକୁ ଆଇଇଇଇ ସମ୍ମିଳନୀରେ ପ୍ରକାଶ ପାଇଁ ଗ୍ରହଣ କରାୟାଇଥିଲା।
ଷ୍ଟିଫେନ୍ ହକିଂ ସିନେପ୍ଲେକ୍ସରେ ଆୟୋଜିତ ଏହି ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ଡିଆରଡିଓ ବେଙ୍ଗାଲୁର ର ମହାନିର୍ଦ୍ଦେଶକ ଡ଼. ବିନୟ କେ. ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମେକାନିକାଲ ଏୟାର ଡିଫେନ୍ସ ବ୍ରିଗେଡିୟର ସିଦ୍ଧାର୍ଥ ମଲିକ, ଆର୍ମି ଏୟାର ଡିଫେନ୍ସ କଲେଜ ଗୋପାଳପୁରର କମାଣ୍ଡର କର୍ଣ୍ଣେଲ ମନୋଜ ଯାଦବ, ବୈଜ୍ଞାନିକ ‘ଜି’ ତଥା ଆଇଟିଆର ଚାନ୍ଦିପୁରର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ନୀଳାଦ୍ରି ରାୟ ପ୍ରମୁଖ ଉପସ୍ଥିତ ଥିଲେ । ମେଜର ଜେନେରାଲ ଅତନୁ କେ. ପଟ୍ଟନାୟକ (ଅବସରପ୍ରାପ୍ତ) ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ନିଷ୍ଟ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡକ୍ଟର ସୁକାନ୍ତ କେ ମହାପାତ୍ର ଉଦ୍ଘାଟନୀ ଭାଷଣ ଏବଂ କୁଳପତି ଡ଼ଃ ପ୍ରିୟଦର୍ଶନ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହାପରେ ସମାନ୍ତରାଳ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମନୋନୀତ ଲେଖକମାନେ ଅନୁମୋଦିତ ସମ୍ମିଳନୀ ଉପ-ବିଷୟ ଉପରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଏକ ଭେଣ୍ଡର ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାୟାଇଥିଲା, ଯାହା ପ୍ରତିରକ୍ଷା ସମ୍ବନ୍ଧୀୟ ପ୍ରୟୁକ୍ତି ଏବଂ ଗବେଷଣା ପଦକ୍ଷେପ ପ୍ରଦର୍ଶନ ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା।
ଏହି ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା ମୁଖ୍ୟ ବକ୍ତା ମାଲେସିଆର ଟେଲର ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ. ନୁର ଜମାନ ଝାଞ୍ଜି, ମୁଖ୍ୟ ବକ୍ତା ଭାବେ ତୁର୍କୀର କାପାଡୋସିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ. ଅଲି ୟସ ଯୋଗ ଦେଇଥିଲେ। ଅଂଶୁମାନ ରାୟ, ରୋମ୍ବସ୍ ଇଣ୍ଟେଲ୍ (ହାଇବ୍ରିଡ୍ ମୋଡ୍), ବାଙ୍ଗାଲୋରର ବରିଷ୍ଠ ବୈଜ୍ଞାନିକ ବରିଷ୍ଠ ପ୍ରମୁଖ ବୈଜ୍ଞାନିକ, ସିଏସ୍ଆଇଆର ଏନଏଲ ଡ଼. ଵାଲାମତୀ ଚୌଧୁରୀ ଯୋଗ ଦେଇଥିଲେ । ଏହି ସମ୍ମିଳନୀକୁ ଡିଆରଡିଓ ପକ୍ଷରୁ ପ୍ରାୟୋଜିତ କରାୟାଇଥିଲା। ଭାରପ୍ରାପ୍ତ କୁଳସଚିବ ଡ. ବିଷ୍ଣୁକର ନାୟକ, ଡ଼ ମାନସ ପାତ୍ର, ଡ.ପ୍ରୀତି ରଞ୍ଜନ ସାହୁ, ଡ. ମାନବେନ୍ଦ୍ର ପାତ୍ର, ଡ଼. ସସ୍ମିତା ପାଢ଼ୀ, ଡ଼. ବ୍ରଜ କିଶୋର ମିଶ୍ର, ଡ଼. ଗାୟତ୍ରୀ ପଣ୍ଡା, ଡ଼. ଚାରୁଲତା ପଲାଇ, ଡ. ରତିକାନ୍ତ ନାୟକ, ପ୍ର ଦୁର୍ଗା ମାଧବ ପାଢ଼ୀ, ପିତାମ୍ବର ସାହୁ, ସୌମ୍ୟା ମୁଦୁଲି, ସନ୍ତୋଷ ନାୟକ, ପ୍ରଣୟ ରଥ, ସୁରେଶ ମହାପାତ୍ର, ସଚିନ୍ଦ୍ର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ସମିଳନୀ କୁ ଡ. ଆକାଂକ୍ଷା ପଟ୍ଟନାୟକ ଏବଂ କ୍ୟାପଟେନ ଆୟୁଷ ମୁଦଗଲ ସଂଯୋଜନା କରିଥିଲେ ।
