ଝାଡାଙ୍କୁଲି ଅଞ୍ଚଳ ନୂତନ କୁଳ ଗୃହ ପ୍ରତିଷ୍ଠା ଓ ଭଲଭାଇ ଶାଢୀପିନ୍ଧା ଉତ୍ସବ।
ରଙ୍ଗେଈଲୁଣ୍ଡା -ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଝାଡାଙ୍କୁଲି ଗ୍ରାମର ବଡ଼ଦାଣ୍ଡ ସାହିରେ ମହୁରୀ ମଣ୍ଡଳ ହଳଦିଆ ତୈଳିକ ବୈଶ୍ୟ ସମାଜର କୁଳ ଗୃହ ମାନ୍ୟବର ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। କୁଳ ଗୃହ ଏହି ଅଞ୍ଚଳ ରେ ନଥିବାରୁ ବିଭିନ୍ନ ସମୟରେ କୁଳ ଭାଇ ଭଉଣୀ ମାନଙ୍କର ସୁବିଧାଅସୁବିଧା ବୁଝିବା ପାଇଁ ଅସୁବିଧା ହେଉଥିଲା ସେହି ଅସୁବିଧା ଆଜି ଦୂର ହୋଇପାରିଛି ବୋଲି କେନ୍ଦ୍ର ସଭାପତି ତାଙ୍କ ବକ୍ତବ୍ୟ ରେ କହିଥିଲେ। ଏହିଅଞ୍ଚଳ ରେ ଗତ ୩୦ବର୍ଷ ହେଲା ଭଲଭାଇ ନଥିବା ବେଳେ ଶୁଭ ଅବସରରେ ଉକ୍ତ ଗ୍ରାମର ମୁନା ସାହୁଙ୍କୁ ଭଲଭାଇ ରୂପେ ନିଯୁକ୍ତି କରାଯାଇ ଶାଢ଼ୀ ବନ୍ଦା ହୋଇ ବଜବାଜଣା ରେ ଗ୍ରାମ ପରିକ୍ରମା କରାଯାଇଥିଲା। ମିଟୁ ସାହୁ ଓ କାର୍ତ୍ତିକ ସାହୁଙ୍କ ଅକ୍ଲାନ୍ତ ପରିଶ୍ରମ ରେ କାର୍ଯ୍ୟ ସାଫଲ୍ୟମଣ୍ଡିତ ହୋଇପାରିଛି ବୋଲି କେନ୍ଦ୍ର ସମ୍ପାଦକ ନାରାୟଣ ସାହୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଵୟୋଜ୍ୟେଷ୍ଠ କର୍ମକର୍ତ୍ତା ଉଲା ସାହୁ, ମହେନ୍ଦ୍ର ସାହୁ, ଦେବରାଜ ସାହୁ, ସୁରେନ୍ଦ୍ର ସାହୁ, ବାସୁଦେବ ସାହୁ, ଏକାଦଶୀ ସାହୁ, ସମେତ କୁଳ ର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
