*ଦୁଇ ଦିନିଆ ଦିବାରାତ୍ରି ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ*
ବସ୍ତା:-୦୯/୦୨/୨୦୨୬ (ନି ପ୍ର)
ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବରୁଣଗଡିଆ ପଞ୍ଚାୟତ ସଦାନନ୍ଦପୁର ସ୍ଥିତ “ମା ବାସୁଳି କ୍ଲବ୍” ଆନୁକୁଲ୍ୟରେ ଗତ ତା ୭.୨.୨୦୨୬ ରିଖ ଓ ତା ୮.୨.୨୦୨୬ ରିଖ ଦୁଇଦିନ ଧରି ଦିବାରାତ୍ରି ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ୭ ତାରିଖ “ବାଲେଶ୍ଵର ସ୍ପୋର୍ଟସ୍ ହଷ୍ଟେଲ” ବିଜୟୀ ହୋଇଥିବା ବେଳେ “ମାଣିକପୁର” ରନର୍ସ ଅପ୍ ରେ କୃତିତ୍ୱ ଲାଭ କରିଥିଲେ ମାତ୍ର ୮ ତାରିଖ ” ରଞ୍ଜିତ୍ କ୍ଲବ୍, ପାଇକସାହି” ଟ୍ରଫି ହାତେଇଥିବା ବେଳେ “ସରସିଦା” ରନର୍ସ ଅପ୍ ହୋଇଥିଲେ। ବରୁଣଗଡିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଲିପିକା ରାଉଳ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବା ସହିତ ଗୋପୀନାଥ ଦାସ, ବିଜୟ ପରିଡ଼ା, ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ସଭାପତି ମନୋଜ ଦାସ ଅଧିକାରୀ, ଉପସଭାପତି ହରିଶ ବେହେରା, ସମ୍ପାଦକ ଦୀନେଶ ସେଠୀ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
