*ତୃତୀୟ ପର୍ଯାୟ ପଞ୍ଚଦିବସୀୟ ନୂତନ ପାଠ୍ୟପୁସ୍ତକ ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଶିବିର ଉଦଘାଟିତ*
ହରଭଙ୍ଗା :-୯/୨-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଶିକ୍ଷା ନୀତି ୨0୨0 ଅନୁଯାଇ ପଞ୍ଚଦିବସୀୟ ନୂତନ ପାଠ୍ୟପୁସ୍ତକ ପ୍ରାୟୋଗାତ୍ମକ ପ୍ରଶିକ୍ଷଣ ଶିବିର ର ତୃତୀୟ ପର୍ଯ୍ୟୟ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତୃପ୍ତି ରଞ୍ଜନ ଦାନୀ,ସଂମ୍ମାନିତ ଅତିଥି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିସିକେଶନ ବେହେରା,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ନାୟକ ଏବଂ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୁବନେଶ୍ୱର ସେଠୀ ପ୍ରମୁଖ ମଂଚାସୀନ ଥିଲେ। ଆଗାମୀ ଶିକ୍ଷା ବର୍ଷ ଠାରୁ ରାଜ୍ୟରେ ତଥା ଜିଲ୍ଲା ରେ ନୂତନ ପାଠ୍ୟ ପୁସ୍ତକ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଚଳନ ହେବ। ଏଣୁ ବିଦ୍ୟାଳୟ ରେ ପାଠ ପଢା କିପରି ସହଜ ଓ ସରସ ସୁନ୍ଦର ତଥା ରୁଚିପୁର୍ଣ ଭାବରେ ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଥିଲେ । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୁବନେଶ୍ୱର ସେଠୀ ଉକ୍ତ ପଞ୍ଚଦିବସୀୟ ତାଲିମ ଶିବିର ର ଲକ୍ଷ ଉଦ୍ଦେଶ୍ୟ ସମ୍ପର୍କ ରେ କହିବା ସହ ଆଗାମୀ ଶିକ୍ଷା ବର୍ଷ ରୁ ନୂତନ ପାଠ୍ୟପୁସ୍ତକ ପ୍ରଚଳନ ହେବ ଏଥିପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ନିଜ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନେ କିପରି ସହଜ ରେ ଶିକ୍ଷାଗ୍ରହଣ କରିପାରିବେ ସେ ସମ୍ପର୍କ ରେ ତାଲିମ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ। ଉକ୍ତ ତାଲିମ ଶିବିର ରେ ବ୍ଲକ ର ବିଭିନ୍ନ
ବିଦ୍ୟାଳୟ ରୁ ତୃତୀୟ ପର୍ଯ୍ୟାୟ ରେ ୧୦୦ ଜଣ ଶିକ୍ଷକଶିକ୍ଷୟତ୍ରୀ ତାଲିମ ନେଉଛନ୍ତି। ଏବଂ ତାଲିମ ଦାତା ଭାବେ ପ୍ରଶାନ୍ତ କୁମାର ସାହୁ, ଚାପାଧାରୀ ପାତ୍ର, ପ୍ରକାଶ କୁମାର ମେହେର ପ୍ରମୁଖ ତାଲିମ ପ୍ରଦନ କରିବେ। ଆର ପି ଚାପଧାରୀ ପାତ୍ର ମଞ୍ଚ ପରିଚାଳନା କରିଥିଲେ। ବ୍ଲକ ରେ ଦୁଇଟି ପର୍ଯ୍ୟ। ୟରେ ୨୦୦ ଜଣ ଶିକ୍ଷକଶିକ୍ଷୟତ୍ରୀ ତାଲିମ ନେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହରା ପ୍ରକାଶ କରିଛନ୍ତି।
