
କୋଳି ଖାଇ ମଞ୍ଜି ପୋତିଛନ୍ତି ରଘୁନାଥପୁର ଥାନା ଅଧିକାରୀ l
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ କିଛି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ହାତ କରି ବିଭିନ୍ନ ମାମଲାକୁ ଚପାଇ ଦେବାକୁ ସକ୍ଷମ ହେଉଥିବା ବେଳେ ଆଉ କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କ ବିରୁଦ୍ଧରେ ଲେଖିଲେ ମିଥ୍ୟା ମାମଲା ରୁଜୁ କରି ଓ ଗୁଣ୍ଡା ଶ୍ରେଣୀୟ ଲୋକ ଲଗାଇ ଲହୁଲୁହାଣ କରିଦେବାକୁ ଉଦ୍ୟମ କରିବା ଘଟଣା ଏକ ରୋଚକ ମୋଡ ନେଉଥିବା ର ଜାଣିବାକୁ ମିଳିଛି l ଦୀର୍ଘ ତିନି ବର୍ଷରୁ ଉର୍ଦ୍ଧ ସମୟ ଧରି ରହିଯାଇଥିବା ଏହି ଥାନା ଅଧିକାରୀ ଜଣଙ୍କ ଯେପରି ରଘୁନାଥପୁର ଥାନାରେ କୋଳି ଖାଇ ମଞ୍ଜି ପୋତିଦେଲା ପରି ମନେହେଉଛି l ସେ ଯାତ୍ରା ପାର୍ଟି ଅପେରା ପରି ଉପରକୁ ହିରୋ ଅଭିନୟ କରି ପର୍ଦ୍ଦା ପଛରେ ଖଳ ନାୟକ ଭୂମିକା ନିଭାଇଥାନ୍ତି l ଏପରିକି ନିଜେ ବଞ୍ଚିବାକୁ ଯାଇ ତାଙ୍କ ଅଧସ୍ତନ କର୍ମଚାରି ଙ୍କୁ ବି ବଳି ପକାଇଥାନ୍ତି l ଯାହାର ନିଚ୍ଛକ ନମୂନା ଦେଖିବାକୁ ମିଳିଛି ଗୁଆଳିପୁର ପଞ୍ଚାୟତ ଅନ୍ତର୍ଗତ ରାଧାନଗର ଗ୍ରାମରେ ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ରାସ୍ତାକୁ ଜବରଦଖଲ କରିଥିବା ବ୍ୟକ୍ତିମାନ ଙ୍କ ଉଚ୍ଛେଦ ହେଉଥିବା ବେଳେ ପୁଲିସ ଅଧିକାରୀ ସେଠାରେ ସରକାରୀ ଅଧିକାରୀ ମାନଙ୍କୁ ବି ସୁରକ୍ଷା ଦେଇପାରି ନଥିଲେ । ଯାହାଦ୍ୱାରା ସେହି ଗ୍ରାମର ମନୋରଞ୍ଜନ ମହାପାତ୍ର, ଭଗବାନ ସ୍ଵାଇଁ , ଚିତରଞ୍ଜନ ମହାପାତ୍ର ଓ ଅନ୍ୟକିଛି ବ୍ୟକ୍ତି ତହସିଲ କର୍ମଚାରୀ ଙ୍କୁ ଗାଳି, ମନ୍ଦ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ଫଟୋ ଉଠାଉଥିବା ଜାଣିପାରି ତାଙ୍କୁ ବି ମରଣାନ୍ତକ ଆକ୍ରମଣ କରିଥିଲେ, ଏପରିକି ତାଙ୍କ ଫୋନ, ଏ ଏମ ମିଡିଆ ବୁମ, ଆଇ କାର୍ଡ ଓ ମନିପର୍ସ କୁ ଛଡ଼ାଇ ନେଇଥିଲେ l ଏହି ଉଚ୍ଛେଦ ବେଳେ ସେଠାରେ ଅତିରିକ୍ତ ତହସିଲଦାର ମନୋଜ କୁମାର ବେହେରା, ରଘୁନାଥପୁର ଥାନା ଏଏସଆଇ ପ୍ରବୋଧ କୁମାର ଦାସ ଙ୍କ ସହିତ ଏପିଆର କନେଷ୍ଟବଳ ଓ ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ ଥାଇ ବି ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମାଡ ହେଉଥିବା ଘଟଣା ମିଥ୍ୟା ବୋଲି ରଘୁନାଥପୁର ଥାନା ଅଧିକାରୀ ଶ୍ରୀ ସେଠୀ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଜଣାଇଛନ୍ତି l ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଏକ ଗାଁରେ ଉଚ୍ଛେଦ ହେଉଥିବା ବେଳେ ରଘୁନାଥପୁର ପୁଲିସ ପକ୍ଷରୁ ଜାଣିଶୁଣି ସୁରକ୍ଷା ବ୍ୟବସ୍ଥା କରାଯାଇନଥିଲା ବୋଲି ବାହାରୁ ଶୁଣିବାକୁ ମିଳିଛି l ତିନି ମୁଖ୍ୟ ଅଭିଯୁକ୍ତ ଗାଁ ରେ ବୁଲୁଥିବା ବେଳେ ତାଙ୍କ ନାମରେ ରୁଜୁ ହୋଇଥିବା ରଘୁନାଥପୁର ଥାନା କେସ ନଂ ୪୵୨୦୨୬ ଦଫା ୧୨୬(୨), ୨୯୬, ୧୧୫(୨), ୩୦୩(୨),୩୫୧(୨), ୩୫୧(୩) ଓ ୩(୫) କୁ ରଫା ଦଫା କରିଦେବାକୁ ଥାନା ଅଧିକାରୀ ଯୋଜନା କରିଥିବା ଶୁଣିବାକୁ ମିଳୁଛି l ଏପରିକି ମୁଖ୍ୟ ମୁଦାଲା ମନୋରଞ୍ଜନ ମହାପାତ୍ର ରାତିରେ ଥାନାକୁ ଯାଇ କାଉଣ୍ଟର ଏତଲା ଦେଇଥିବା ବେଳେ ଥାନା ଅଧିକାରୀ ଏତଲା ଗ୍ରହଣ କରି ଗଣମାଧ୍ୟମ ପ୍ରତିନିଧି ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ଥାନା ଅଧିକାରୀ କେତେ ଯେ ଅରାଜକତା ରେ କାର୍ଯ୍ୟ କରୁଛନ୍ତି ଏଥିରୁ ସ୍ପଷ୍ଟ ବୁଝାପଡୁଛି l ସେ ଗାଁରେ ଉଛେଦ ସମୟରେ କୌଣସି ଗଣ୍ଡଗୋଳ ହୋଇନଥିଲା ତେବେ ଉଛେଦ କାର୍ଯ୍ୟକ୍ରମ କାହିଁକି ଅଧା ବନ୍ଦ ହୋଇ ରହିଛି ଓ ତହସିଲ କର୍ତ୍ତୁପକ୍ଷ ଏବଂ ଥାନା କର୍ତ୍ତୁପକ୍ଷ କାହିଁକି ଛାଡି ଚାଲିଗଲେ ସେ ନେଇ ଉତ୍ତର କିଛି ମିଳୁନାହିଁ l ଏ ଘଟଣାକୁ ନେଇ ଅଡ଼ୁଆ ବଢ଼ିବାରେ ଲାଗିଥିବା ବେଳେ ଥାନା ଅଧିକାରୀ ଗାଦି ମାଡି ବସିଛନ୍ତି କାହା ବଳରେ ସେ ନେଇ ବାହାରେ ଆଲୋଚନା ହେଉଛି l ଗଣମାଧ୍ୟମ ପ୍ରତିନିଧି ଏ ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ମୁଖ୍ୟ ପୁଲିସ ମହାନିର୍ଦ୍ଦେଶକ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଯେ ଏ ଘଟଣା ସବୁର ନିରପେକ୍ଷ ତଦନ୍ତ କରାଯାଇ ଉଚ୍ଛେଦ ସମୟରେ କରାଯାଇଥିବା ଭିଡିଓ ଉତ୍ତୋଳନ ଘଟଣାର ପର୍ଦାଫ୍ଲାସ କରାଯାଉବୋଲି l ଯଦି ଘଟଣା ସବୁକୁ ପୁଲିସ ଚାପି ଦେବାକୁ ବସେ ତେବେ ଉଚ୍ଚନ୍ୟାୟାଳୟ ର ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରକାଶ କରିଛନ୍ତି l
