ଘରୋଇ ବସ ମାଲିକ ସଂଘ
ରାଜ୍ୟ ଜୋନ୍ ସ୍ତରୀୟ ସମ୍ମିଳନୀ
ବରଗଡ଼ :(ନି, ପ୍ର )ସ୍ଥାନୀୟ ହୋଟେଲ କୋହିନୁର ସମ୍ମିଳନୀ କକ୍ଷରେ ବରଗଡ଼ ଘରୋଇ ବସ୍ ମାଲିକ ସଂଘ ଙ୍କ ସମେତ ଜୋନ ୧୨ ର ସମସ୍ତ ବସ୍ ମାଲିକମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି।
ଆଜିର ଏହି ସମ୍ମିଳନୀରେ ବିକାଶ ମହାପାତ୍ର– ଉପସଭାପତି (ବରଗଡ଼), ଅକ୍ଷୟ କୁମାର ନନ୍ଦ (ଖରିଆର) – ସମ୍ପାଦକ ଭାବରେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି । ସମସ୍ତ ଜୋନ୍ ରୁ ନିର୍ବାଚିତ ପ୍ରତିନିଧି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଭାପତି ନିର୍ବାଚନ ରେ ଭାଗ ନେବେ । ଆଗାମୀ ଦିନରେ ଘରୋଇ ବସ୍ ସେବାକୁ ସୁବ୍ୟବସ୍ଥିତ କରାଯିବ ବୋଲି ଉପସଭାପତି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅବିନାଶ ମିଶ୍ର, ଏମ୍. ଡି. ସମିର, ଗୋବିନ୍ଦ ଦୋରା, ଏମ୍. ଡି. ଇଦ୍ରିସ, ଦେବାଶିଷ ଦାଶ, ମନୋଜ ମହାପାତ୍ର, ବୃନ୍ଦାବନ ଧର, ସୁନୀଲ ଦାଶ,ସୁବଳ ଦାଶ, ଏମ୍. ଡି. କଲିମୁଲ୍ଲା, ସୁବ୍ରତ ଧିର, ଉମାଶଙ୍କର ପଟ୍ଟନାୟକ, ଦିନେଶ ମହନ୍ତ,ଅବତାବ ହୁସେନ ଓ ଆହୁରି ଅନେକ ଉପସ୍ଥିତ ଥିଲେ ।
ଶେଷରେ ବିନୋଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
