ଶ୍ୟାମ ଚରଣ ଧଳ ଙ୍କ ଶ୍ରଦ୍ଧାଞ୍ଜଳି ସଭା
ବିଞ୍ଝାରପୁର/(ଭଞ୍ଜଦୂତ:ନିପ୍ର)ବୀଜୟ କୁମାର ବାରିକ
ବିଂଝାରପୁର ବ୍ଲକ ବରିଷ୍ଠ ସମାଜ ସେବି ଅଭିଜ୍ଞ ଶ୍ୟାମ ଚରଣ ଧଳ ଙ୍କ ଏକାଦଶାହ ଅବସର ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ବ୍ରଜ ସୁନ୍ଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ସମାଜ ସେବି ବିନୋଦ ବିହାରୀ ଦାସ ଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭା ରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାର ଙ୍କ ପ୍ରଶାସନ ଅଧିକାରୀ ଅବସର ପ୍ରାପ୍ତ ବିନୋଦ ବିହାରୀ ନାୟକ ମୁଖ୍ୟ ବ୍ୟକ୍ତା ଭାବେ ରବୀନ୍ଦ୍ର ଜେନା, ଉପସ୍ଥିତ ମଣ୍ଡଳୀ ପୀତବାସ କର, ସନ୍ତୋଷ ରାଉତ ରାୟ, କୁଞ୍ଜ ବେହେରା,ଅମୀୟ ଦାସ, ସରୋଜ ଚନ୍ଦ୍ର ନାୟକ, କୈଳାସ ମହାନ୍ତି, ବିଭୁତି ରଞ୍ଜନ ଦାସ, ବିଜୟ ମହାନ୍ତି, ଯୁଗଳ କିଶୋର ସାହୁ, ସୂର୍ଯ୍ୟ ସୁନ୍ଦର ଦାସ, ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ଶ୍ୟାମ ଚରଣ ଧଳ ଙ୍କ ମହାନତା ସମ୍ପର୍କ ରେ ଆଲୋଚନା କରି ମନେ ପକାଇଥିଲେ।।ଶ୍ୟାମ ଚରଣ ଧଳ ଥିଲେ ଜଣେ ପର ଉପକାରୀ ମିଷ୍ଟ ଭାସି, ଶିକ୍ଷାବିତ, ଓ ବ୍ରଜ ସୁନ୍ଦର ମାଧ୍ୟ୍ୟମିକ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ଓ ମେଳାପୀ ଥିଲେ। ତାଙ୍କର ଏହି ବିୟୋଗ ରେ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ତାଙ୍କ ଅମର ଆତ୍ମା ର ଶାନ୍ତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ।।
