ବ୍ରଜ ସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାପୀଠ ରେ ୬୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବିଞ୍ଝାରପୁର/(ଭଞ୍ଜଦୂତ:ନିପ୍ର)ଉତ୍ତମ କୁମାର ଦାସ
ବିଂଝାରପୁର ସ୍ଥିତ ସର୍ବ ପୁରାତନ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବଡ ଆଡମ୍ବାର ରେ ଏହି ଉତ୍ସବକୁ ପାଳିତ କରିଛନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ। ବିଦ୍ୟାଳୟ ର ପିଲା ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯକର୍ମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଂଝାରପୁର ମଣ୍ଡଳ ଶିକ୍ଷ୍ୟା ଅଧକରି ଶ୍ରୀ ସତ୍ୟବ୍ରତ ମିଶ୍ର, ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ଯାଜପୁର ମଣ୍ଡଳ ଶିକ୍ଷ୍ୟା ଅଧିକାରୀ ଶ୍ରୀ ଦେବିଲାଲ ମଲ୍ଲୀକ, ସ୍ୱତନ୍ତ୍ର ଅତିଥି ଥିଲେ ପ୍ରାଥ ସାରଥୀ ଦାସ, ମୁଧୂସୁଧନ ଧଳ, ରଜନୀକାନ୍ତ ନାୟକ ନିଶିପ୍ରଭା ଯେନା, ମାମାଲି ମଲ୍ଲିକ । ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ। ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉକ୍ତ ବାର୍ଷିକ ଉତ୍ସବ ଉଦ୍ ଘାଟନ ହୋଇଥିଲା । ପରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ବନ୍ଦନା ଗାନ କରାଯାଇଥିଲା। ସମସ୍ତ ଅତିଥି ଙ୍କ ଅଭିଭାଷଣ ପରେ ଶାରୀରିକ ଶିକ୍ଷ୍ୟା ରେ ଉର୍ତିର୍ଣ୍ଣ ପିଲାମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।
