*ନୂଆପଡା ଜିଲ୍ଲାରେ “ସୁଭଦ୍ରା” ଯୋଜନା ଅଧୀନରେ ଆବେଦନକାରୀଙ୍କ ଅନୁମୋଦନ ପାଇଁ ଜିଲ୍ଲାସ୍ତରୀୟ ଯାଞ୍ଚ କମିଟି ବୈଠକ l*
ନୂଆପଡା(ମିଖାଏଲ ନନ୍ଦ)
, ତା ୦୬/୦୨
ନୂଆପଡା ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଜିଲ୍ଲାରେ “ସୁଭଦ୍ରା” ଯୋଜନା ଅଧୀନରେ ଅଣ-NFSA/SFSA ଆବେଦନକାରୀଙ୍କ ଅନୁମୋଦନ ପାଇଁ ଜିଲ୍ଲାସ୍ତରୀୟ ଯାଞ୍ଚ କମିଟି (DLSC) ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ, ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ, ନିର୍ଦ୍ଦେଶିକା ଶକ୍ତି ସଦନ ଶ୍ରୀମତୀ ସୋନାଲି ପାଣିଗ୍ରାହୀ, ଓ ଏସ ସି ପ୍ରଶାସିକା ଶ୍ରୀମତୀ ତପସ୍ଵିନୀ ପଣ୍ଡା, ଡି ପି ସି ମମତା ମାନଗୋବିନ୍ଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ l ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ଯୋଜନା, ନୂତନ ଭାବରେ ପ୍ରଚଳିତ ସୁଭଦ୍ରା ଯୋଜନା ପାଇଁ କାର୍ଯ୍ୟାନ୍ୱୟନକୁ ଦୃଷ୍ଟିରେ ରଖି ସମସ୍ତ ସଦସ୍ୟ ଏବଂ ସଦସ୍ୟା ସହିତ ଏକ ଜିଲ୍ଲା ସ୍ତରୀୟ ଯାଞ୍ଚ କମିଟି ବୈଠକ ହୋଇଥିଲା।
ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଏସ ଗୀତା ଜିଲ୍ଲାର ସମସ୍ତ ବ୍ଲକ ଏବଂ ଏନ୍ ଏ ସି ରେ ଯାଞ୍ଚ କରାଯାଇଥିବା ଏବଂ ସଂପୃକ୍ତ କମିଟି ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଅନୁମୋଦିତ ଆବେଦନକାରୀ ଏବଂ ଅଭିଯୋଗଗୁଡ଼ିକୁ ଅନୁମୋଦନ କରିବା ପାଇଁ କମିଟି ର ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ସଦସ୍ୟମାନେ ଅନୁମୋଦନ ପ୍ରକ୍ରିୟା ଉପରେ ଆଲୋଚନା କରିଥିଲେ ଏବଂ ସରକାରୀ ସ୍ତରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଆସିଥିବା ତାଲିକାଭୁକ୍ତ ଆବେଦନକାରୀଙ୍କ ମଧ୍ୟରୁ ଅନୁଯାୟୀ ୫୬୧୭ ଆବେଦନକାରୀଙ୍କୁ ଯୋଗ୍ୟ, ୧୮୬ ଆବେଦନକାରୀଙ୍କୁ ଅଯୋଗ୍ୟ ଏବଂ ୧୪୦୭ ଆବେଦନ ସଂଖ୍ୟାକୁ ଅନୁମୋଦନ କରିବାକୁ ସର୍ବସମ୍ମତିକ୍ରମେ ରାଜି ହୋଇଥିଲେ। ନିର୍ଦ୍ଧାରିତ ପ୍ରକ୍ରିୟା ଶୀଘ୍ର ସମାପନ କରି ଯୋଗ୍ୟ ହିତାଧୀକାରୀ ମାନଙ୍କୁ ସୁଭଦ୍ରା ଯୋଜନାର ଲାଭ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l
