ବିଧାୟକ ଙ୍କ ଦ୍ୱାରା କଙ୍କିଳି ଗ୍ରାମର ଚଉତୁଣ୍ଡି ଆଡିବନ୍ଦ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ।
ପରଜଙ୍ଗ : ୦୫/୦୨ (ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ କଙ୍କିଳୀ ଗ୍ରାମ ପଞ୍ଚାୟତର ଚଉତୁଣ୍ଡି ଚେକ ଡ୍ୟାମ ର ଭିତ୍ତି ପ୍ରସ୍ଥର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ କରିଥିଲା। ବ୍ଲକ ଅଧକ୍ଷା ଶର୍ମିଷ୍ଠା ଦଳ ବେହେରା, ବ୍ଲକ ଉପାଧକ୍ଷା ଯଶସ୍ବୀନ ରାଉତ କଙ୍କିଳି ଗ୍ରାମ ପଞ୍ଚାୟତର ଦମୟନ୍ତୀ ବିଶ୍ୱାଳ, ହଟକିଶୋର ବିଶ୍ୱାଳ ଜରିତଇଲା ସାହି ର ସଭାପତି ବିନୟ କୁମାର ବିଶ୍ୱାଳ, କଙ୍କିଳି ଗାଁର ଗ୍ରାମ ବାସି ବୃନ୍ଦ ଅପସ୍ଥିତ ଥିଲେ।ଏହାର ପରିମାଣ ୪୮ଲକ୍ଷ୍ୟ ଟଙ୍କା ବ୍ୟୟ ରେ ନିର୍ମିତ ହେବାକୁ ଥିବା ଏହି ନୂତନ ଚେକ୍ ଡ୍ୟାମଟି , ଗ୍ରାମପଞ୍ଚାୟତ ର ୧୫ ହେକ୍ଟର ଜମିରେ ବର୍ତମାନ ଜଳସେଚନ ହେଵ, ପରବର୍ତ୍ତୀ ସମୟରେ ଏହାକୁ ଏକ ବୃହତ ଡ୍ୟାମ କରାଯିବ, ଯାହାକି କଙ୍କିଳୀ ପଞ୍ଚାୟତ ସମେତ ସାଆନ୍ଦା,ଚାନ୍ଦପୁର,କଣ୍ଟାପାଳ,ବାଲିପସୀ, ତୁଳସୀପସୀ, ବା ଆଖପାଖ ପଂଚାୟତ ର ହଜାର ରୁ ଉର୍ଦ୍ଧ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି ବିଧାୟକ ବିଭୁତି ଭୂଷଣ ପ୍ରଧାନ|ତେବେ ଏହି ଚେକ୍ ଡ୍ୟାମ ହେବା ଦ୍ବାରା କୃଷକ ମାନକ ପାଇଁ ଚାଷ ଜମିକୁ ପାଣି ସହଜ ରେ ପ୍ରବାହିତ ହେବା ସହିତ ଚାଷୀ ମାନଙ୍କ ପାଇଁ ଜଳ ସଙ୍କଟ ଦୂର ହୋଇପାରିବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ ।
