ଆଦର୍ଶ ଶିକ୍ଷକ ଅଲେଖ ଚରଣ ବସ୍ତିଆଙ୍କ ସ୍ମୃତି ଚାରଣ ସଭା ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଅନ୍ତର୍ଗତ ସାଦେଇପୁର ଗ୍ରାମର ଅଧିବାସୀ ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ଅଲେଖ ଚରଣ ବସ୍ତିଆ ଙ୍କ ସ୍ମୃତି ଚାରଣ ସଭା ତାଙ୍କ ବାସଭବନରେ ସାମାଜିକ କର୍ମୀ ସର୍ବେଶ୍ଵର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଵର୍ଗତ ବସ୍ତିଆ ଙ୍କ ଏହି ସ୍ମୃତି ଚାରଣ ସଭାରେ ବହୁ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇ ତାଙ୍କ ଶିକ୍ଷକ ଜୀବନର ଅନୁଭୂତି ସବୁକୁ ବକ୍ତାମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀକାନ୍ତ ମିଶ୍ର, ସୁରେଶ ଚନ୍ଦ୍ର ରାଉତ, ସଦାଶିବ ବିଶ୍ଵାଳ,ବନମାଳୀ ମହାରଣା, ଅଲେଖ ବିହାରୀ ସାହୁ, ନୃସିଂହ ଚରଣ ପଣ୍ଡା, ବିଜୟ କୁମାର ବିଶ୍ଵାଳ, ଯଚିନ୍ଦ୍ର ଆଚାର୍ଯ୍ୟ, ବାବାଜୀ ଚରଣ ସାହୁ, ନିର୍ମଳେନ୍ଧୁ ସୋମ, ଦେବାଶିଷ ବେହେରା, ଲକ୍ଷ୍ମୀଧର ବେହେରା, କବିପ୍ରସାଦ ପଣ୍ଡା, ନାରାୟଣ ପଣ୍ଡା ଓ ଅଜୟ ବରାଳ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ଵାଇଁ, ସାମାଜିକ କର୍ମୀ ବିଜନ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ସ୍ଵର୍ଗତ ବସ୍ତିଆ ଙ୍କ ଏହି ସଭାରେ ବିଭିନ୍ନ ଦଳର ନେତୃବୃନ୍ଦ ଓ କର୍ମୀ ମାନଙ୍କୁ ବି ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ଶେଷରେ ସାଦେଇପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବଂଶୀଧର ସ୍ଵାଇଁ ଯୋଗଦେଇଥିବା ଅତିଥିମାନ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।
