ସରକାରୀ ହାଇସ୍କୁଲ ସରସରାର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ
ବରଗଡ଼ :୦୩.୦୨(ନି, ପ୍ର) ବରଗଡ଼ ଉପକଣ୍ଠ ସରସରା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ସ୍କୁଲ ପରିସର ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି. ।ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବ୍ୟାଙ୍କ ଅଫିସର ତଥା ବିଶିଷ୍ଟ କଵି ରୋହିତ ଦାଶ ଯୋଗ ଦେଇଥିବା ବେଳେ ବିଶିଷ୍ଟ କ୍ରୀଡ଼ାବିତ, ନାଟ୍ୟ ନିର୍ଦ୍ଦେଶକ ତଥା ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀ ସନ୍ତୋଷ କୁମାର ପଣ୍ଡା ତଥା ସ୍କୁଲ ଚେୟାରମେନ ଭରତ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ.ଅତିଥି ମାନଙ୍କୁ ଫୁଲ ତୋଡ଼ା ଓ ଉତ୍ତରୀୟ ଦେଇ ସମ୍ମାନୀତ କରା ଯାଇଥିଲା.।ସ୍କୁଲର ପ୍ରଧାନ ଶିକ୍ଷକ ପ୍ରବୋଧ କୁମାର ଦାଶ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରଦେଶ ବାରିକ ମଞ୍ଚ ପରିଚାଳନା କରିଥିଲେ.। ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ବିଭିନ୍ନ ପ୍ରେରଣାଦାୟୀ ଗଳ୍ପ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଭଲ ପାଠ ପଢିବା ସଙ୍ଗେ ଭଲ ମଣିଷ ମଧ୍ୟ ହେବା ପାଇଁ ଅନୁପ୍ରେରିତ କରିଥିଲେ. । କବି ଶ୍ରୀ ଦାଶ ସ୍କୁଲ ଲାଇବ୍ରେରୀକୁ ତାଙ୍କ ଦ୍ୱାରା ଲିଖିତ କିଛି ମୂଲ୍ୟବାନ ପୁସ୍ତକ ପ୍ରଦାନ କରିଥିଲେ.ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା. । ଶିକ୍ଷକ ଶ୍ରୀ ସୁଦାମ ଚରଣ ସା ଧନ୍ୟବାଦ ଅର୍ପଣ କରିଥିଲେ. ସଭା ଶେଷରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା. ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସ୍କୁଲ ର ଶିକ୍ଷକ /ଶିକ୍ଷୟତ୍ରୀ ଅମୀୟ କୁମାର ଭୋଇ,ଭକ୍ତରାମ ଦଣ୍ଡସେନା ସବିତା ପାଣିଗ୍ରାହୀ ତଥା ଶୋଭାରାଣୀ ପ୍ରଧାନ.ଛାତ୍ର ମାନଙ୍କ ଦ୍ୱାରା ପରିବେଷିତ ଓଡ଼ିଆ ସଂସ୍କୃତି ଆଧାରିତ କୀର୍ତ୍ତନ ନୃତ୍ୟ ଅତି ଆକର୍ଷଣୀୟ ଥିଲା l
