ପଞ୍ଚାୟତ କଲେଜ, ବରଗଡ଼ରେ
ପିଜି ଡିପାର୍ଟମେଣ୍ଟ ପକ୍ଷରୁ ଦୁଇ ଦିନିଆ ନ୍ୟାସନାଲ କନଫରେନ୍ସ ଅନୁଷ୍ଠିତ
ବରଗଡ଼ :୦୨/୦୨(ନି, ପ୍ର) ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ପିଜି ଡିପାର୍ଟମେଣ୍ଟ ଆଭିମୁଖ୍ୟରେ ଫ୍ରଣ୍ଟିୟର୍ସ ଇନ ଫିଜିକ୍ସ ଆଣ୍ଡ ଟେକନୋଲୋଜି ଉପରେ ଦୁଇ ଦିନିଆ ନ୍ୟାସନାଲ କନଫରେନ୍ସ ସୁଚାରୁ ରୂପେ ଅନୁଷ୍ଠିତ ହୋଇ ଯାଇଅଛି ।ଜାନୁଆରୀ ୩୧, ୨୦୨୬ ରେ କଲେଜ କ୍ୟାମ୍ପସରେ ଥିବା ସିଭି ରମନ ସେମିନାର ହଲରେ ଅନୁଷ୍ଠିତ ହୋଇଥିବା ଏହି କନଫରେନ୍ସ ଜାନୁଆରୀ ୩୧ ଏବଂ ଫେବୃଆରୀ ୧ ତାରିଖରେ ହାଇବ୍ରିଡ ମୋଡ଼ରେ ଅନୁଷ୍ଠିତ ହୋଇଥିଲା, ଯାହା ଦେଶ ବିଦେଶରୁ ପ୍ରଖ୍ୟାତ ବିଜ୍ଞାନୀ, ଶିକ୍ଷାବିଦ, ଗବେଷଣା ସ୍କଲାର ଏବଂ ଛାତ୍ରମାନଙ୍କୁ ଆକର୍ଷିତ କରିଥିଲା। ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କନଫରେନ୍ସ କୁ ଉଦଘାଟନ କରି ଅତିଥି ସ୍ୱାଗତ ଏବଂ କଲେଜ ଆଣ୍ଟେମ ଏବଂ ସ୍ୱାଗତ ସଂଗୀତ ସହିତ କାର୍ଯ୍ୟାରମ୍ଭ କରାଯାଇଥିଲା। ପଞ୍ଚାୟତ କଲେଜ, ବରଗଡ଼ର ପ୍ରିନ୍ସିପାଲ ଏବଂ କନଫରେନ୍ସର ପ୍ରତିଷ୍ଠାତା ଡଃ ନକୁଲ ସେଠ ସ୍ୱାଗତ ଭାଷଣ ଦେଇଥିବା ବେଳେ ଫିଜିକ୍ସ ଡିପାର୍ଟମେଣ୍ଟର ମୁଖ୍ୟ ଏବଂ କନଭେନର ଡଃ ଲିପ୍ସା ନନ୍ଦ କନଫରେନ୍ସ ଥିମ ଉପରେ ଶିକ୍ଷା ଦେଇଥିଲେ। ଅର୍ଗାନାଇଜିଙ୍ଗ ସେକ୍ରେଟାରୀ ଡଃ କିଶୋର ନାୟକ ଅତିଥି ପରିଚୟ ପ୍ରଦାନ ଦେଇଥିଲେ। ଅତିଥିମାନଙ୍କୁ ଡଃ ନକୁଲ ସେଠ ଏବଂ ଡଃ ଉମେଶ ଚନ୍ଦ୍ର ମହାପାତ୍ର, ଆଡମିନିଷ୍ଟ୍ରେଟିଭ ବର୍ସାର ଫେଲିସିଟ କରିଥିଲେ । ଡଃ ବିନୟ କୁମାର ସାହୁ, ଅର୍ଗାନାଇଜିଙ୍ଗ ସେକ୍ରେଟାରୀ, କନଫରେନ୍ସର ଲକ୍ଷ୍ୟ ବିଷୟରେ କିଛି ସମୀକ୍ଷା ଦେଇଥିଲେ। ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ, ଭୁବନେଶ୍ୱରର ଭିଜିଟିଙ୍ଗ ପ୍ରଫେସର ହିରଣ୍ମୟ ମିଶ୍ର କିନୋଟ ଆଡ୍ଡ୍ରେସ ଦେଇଥିଲେ । ଉଦଘାଟନୀ ଅନୁଷ୍ଠାନର ଏକ ମୁଖ୍ୟ ଆକର୍ଷଣ ଥିଲା କନଫରେନ୍ସ ସୋଭେନିୟର ଅତିଥି ମାନଙ୍କ ଦ୍ଵାରା ଡିପାର୍ଟମେଣ୍ଟାଲ ମାଗାଜିନ “ଅନ୍ୱେଶନମ” ଉନ୍ମୋଚନ କରାଯାଇଥିଲା।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶୁଶ୍ରୀ ସ୍ମୃତି ସ୍ମିତା ସାମଲ, ଶ୍ରୀମତୀ ପଙ୍କଜିନୀ ରାଏ, ଶ୍ରୀ ଅନିରୁଦ୍ଧ ରୋହିଦାସ, ଶ୍ରୀମତୀ ରୀତା ପାଣ୍ଡେ, ଶ୍ରୀ ମନୋବାଞ୍ଛା କୌଶଳ, ଶ୍ରୀ ପ୍ରଭାସ ରଞ୍ଜନ ଭୋଇ,ଶ୍ରୀ ସଞ୍ଜୟ ପୋଢ ଏବଂ ଗଣିତ, ରସାୟନ ଓ ଅନ୍ୟାନ୍ୟ ବିଜ୍ଞାନ ବିଭାଗର ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ ।
ଶେଷରେ ଡଃ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
