*ନୂଆପଡ଼ା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ୧୯୭୭ ମେଟ୍ରିକ୍ ବ୍ୟାଚ ଛାତ୍ର ଙ୍କ ବନ୍ଧୁ ମିଳନ ଉତ୍ସବ, ଦୀର୍ଘ ୪୯ ବର୍ଷ ପରେ ବନ୍ଧୁ ମିଳନ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୧.୦୨.
ନୂଆପଡ଼ା ଜିଲ୍ଳା ଅନ୍ତର୍ଗତ ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ୧୯୭୭ ମେଟ୍ରିକ୍ ବ୍ୟାଚ ଛାତ୍ର ଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ୪୯ ବର୍ଷ ପରେ ଦ୍ଵିତୀୟ ବର୍ଷରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଲିଆଡ ଗ୍ରାମ ନିକଟସ୍ଥ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର ପ୍ରକୃତି ପରିବେଶ ରେ ଅନୁଷ୍ଠିତ ହୋଇଅଛି । ଛାତ୍ର ଜୀବନ ର ସେହି ଅଭୁଲା ସ୍ମୃତି ଓ ଅନୁଭୂତି କୁ ପୁନର୍ଜୀବିତ କରିବା ପାଇଁ ସମସ୍ତ ବନ୍ଧୁ ଉତ୍ସାହିତ ଥିବା ବେଳେ ବନ୍ଧୁ ମାନେ ମିଳିତ ରୂପେ ସ୍କୁଲ ପରିଦର୍ଶନ କରିଥିଲେ। ହାଇସ୍କୁଲ ପରିସର ଥିବା ହାଇ ମାକ୍ସ ଲାଇଟ୍ ର ପ୍ରଶଂସା କରିଥିବା ବେଳେ ପଡିଆର ଦୂରାବସ୍ଥା ସମୀକ୍ଷା କରିଥିଲେ। ଯୁବ ପିଢ଼ି ଙ୍କ ମଧ୍ୟରେ ଆତ୍ମିୟତା ଭାବ ଥିବା ନେଇ ପ୍ରଶ୍ନ କରୁଥିବା ବେଳେ ଆଧୁନିକ ସଭ୍ୟତା ରେ ଅତ୍ୟାଧୁନିକ ହେବା ପ୍ରଚେଷ୍ଟା ବିଷୟ ନେଇ ଚିନ୍ତା ପ୍ରକଟ କରିଥିଲେ। ଦୀର୍ଘ ୫୦ ରୁ ଉର୍ଦ୍ଧ ବନ୍ଧୁ ସାମିଲ ହୋଇ ନିଜ ଜୀବନର ଅଭିଜ୍ଞତା ଉପରେ ଆଲୋଚନା କରିବା ଫେରି ଯାଇଥିଲେ ଛାତ୍ର ଜୀବନ କୁ।
