235 ଜଣ ନିର୍ମାଣ ଶ୍ରମିକଙ୍କୁ 72,74,800/- ଟଙ୍କାର ଆର୍ଥିକ ସହାୟତା ପ୍ରଦାନ
ଯାଜପୁର ଭଞ୍ଜଦୂତ:ନିପ୍ର)ଜୟନ୍ତ କୁମାର ପଣ୍ଡା
ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ଅନୁମୋଦନ କ୍ରମେ ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶ୍ରୀ ଶିବ ଶଙ୍କର ମିଶ୍ର ଓ ଯାଜପୁର ଜିଲ୍ଲା ପ୍ରଭାଗୀୟ ଶ୍ରମ କମିଶନର ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ଡମି ଚେକ ମାଧ୍ୟମରେ ପ୍ରଦାନ କରିଥିଲେ l ଏହି ଅବସରରେ ଶିକ୍ଷା ସହାୟତା ବାବଦରେ 98 ଜଣଙ୍କୁ 8,34,800/-,ବିବାହ ସହାୟତା ବାବଦରେ 128 ଜଣଙ୍କୁ 63,50,000/- ଏବଂ ପ୍ରସୂତୀ କାଳୀନ ସହାୟତା ବାବଦରେ 9 ଜଣଙ୍କୁ 90,000/- ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଛି l ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସର୍ବମୋଟ 235 ଜଣ ହିତାଧିକାରୀଙ୍କୁ 72,74,800 /- ଟଙ୍କାର ଅର୍ଥ ରାଶି ହିତାଧିକାରୀଙ୍କ ଆକାଉଣ୍ଟକୁ ଛାଡିବାର ବ୍ୟବସ୍ଥା କରାଯାଇଛି l ସୂଚନା ଯୋଗ୍ୟ ଚଳିତ ଆର୍ଥିକ ବର୍ଷରେ ଆଜି ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଯାଜପୁର ଜିଲ୍ଲାରେ 11 କୋଟି ରୁ ଉର୍ଦ୍ଧ୍ବ ଟଙ୍କା ର ସହାୟତା ରାଶି ପ୍ରଦାନ କରାଗଲାଣି l ଆଜିର ଏହି ଡମି ଚେକ ବଣ୍ଟନକୁ ସୁରଖୁରରେ ସମାପନ କରିବାରେ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀ ଦେବାଶିଷ ଜେନା, ବୋର୍ଡ କର୍ମଚାରୀ ଶଶିକାନ୍ତ ପ୍ରଧାନ ଓ ନାରାୟଣ ଚନ୍ଦ୍ର ନନ୍ଦ ପ୍ରମୂଖ ସହଯୋଗ କରିଥିଲେ l
