ବସୋଈ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ
ପରଜଙ୍ଗ : (ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ କ୍ଲୋଷ୍ଟର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ନାଚ, ଗୀତ କ୍ରୀଡା ପ୍ରତିଯୋଗିତା ରେ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ନୃତ୍ୟ, ସଂଗୀତ ସାଂସ୍କୃତିକ କାର୍ଯ୍ୟ ପରିବେଷଣ ଛାତ୍ର ଛାତ୍ରୀ କରିବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ମୁଖ୍ୟ ଅତିଥିମାନେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିଯୋଗିତା ରେ ଭାଗ ନେଇଥିବା ଅତିଥି ମାନଙ୍କ ଦ୍ୱରା ମାନ ପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ବାଲାଜୀ ଦେହୁରୀ,ପ୍ରଧାନ ଶିକ୍ଷୟିତ୍ରୀ ବିନତି ସାହୁ, ଶିକ୍ଷକ ପ୍ରଶାନ୍ତ କୁମାର ସାହୁ,ପଙ୍କଜ ବାରିକ, ଦେବକୀ ସିଂହ, ଉପସ୍ଥିତ ଥିଲେ ଏବଂ ଏହି କାର୍ଯ୍ୟକ୍ରମ ରେ ପ୍ରଶାନ୍ତ କୁମାର ସାହୁ ଙ୍କ ଦ୍ୱାରା ମଞ୍ଚ ପରିଚାଳନା କରାଯାଇଥିଲା l
