*ଆମ ଗାଁ ଯୁବ ପରିଷଦର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର*
ବସ୍ତା:- ୩୧/୧ (ନି.ପ୍ର)
ଆମ ଗାଁ ଯୁବ ପରିଷଦ ଓ ଓଡ଼ିଶା ରକ୍ତଦାତା ସଙ୍ଗଠନର ମିଳିତ ସହଯୋଗରେ ଚକଅର୍ଜୁନୀ ଗ୍ରାମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଆରୁହା ପଞ୍ଚାୟତ ତପନୀ ଭୂୟାଁ ଏହି ଶିବିରକୁ ଉଦଘାଟନ କରିବା ସହ ସ୍ୱେଚ୍ଛା ରକ୍ତଦାନର ଗୁରୁତ୍ଵ ଓ ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ଗ୍ରାମ ମୁଖ୍ୟ ଅଧ୍ୟାପକ କାର୍ତ୍ତିକେଶ୍ୱର ପାତ୍ର, ଆମ ଗାଁ ଯୁବ ପରିଷଦର ସଭାପତି ରାଜେନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଚନ୍ଦନ କୁମାର ସେଠୀ, ଶ୍ରୀପତି ରାଉତ, ୱାର୍ଡ ସଭ୍ୟ ମଧୁସୂଦନ ପ୍ରଧାନ, ଗୌରାଙ୍ଗ ଚରଣ ପ୍ରଧାନ ଓ ନାରାୟଣ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସୁଜିତ୍ କୁମାର ପ୍ରଧାନ, କାହ୍ନୁ ଚରଣ ରଣା, ରାମଚନ୍ଦ୍ର ଦେ, ଶମ୍ଭୁନାଥ ଦେ, ଶତ୍ରୁଘ୍ନ ଦେ, ଅଶୋକ କୁମାର ଦେ, ଜଗବନ୍ଧୁ ଦେ, ଶୁଭଜିତ ଦାସ, ସତ୍ୟରଞ୍ଜନ ଦାସ, ରତନ କୁମାର ସେଠୀ, ମନୋରଞ୍ଜନ ରଣା, ଚନ୍ଦନ ଭଞ୍ଜ, ରତନ କୁମାର ଭଞ୍ଜ, ରବୀନ୍ଦ୍ର ସେଠୀ, ଚନ୍ଦନ କୁମାର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଶିବିରରେ ବାରିପଦାସ୍ଥିତ ଓଡ଼ିଶା ରକ୍ତକେନ୍ଦ୍ରର ବ୍ଲଡ଼ ବ୍ୟାଙ୍କ ଅଫିସର ଡ଼ା. ସମ୍ବିତ ପ୍ରକାଶ ପରିଡା, ଲାବରେଟୋରୀ ଟେକ୍ନିସିଆନ୍ ରୁଚିକା ଖୁରାନା, ନୀତିଶ କୁମାର ସାମଲ, ସାବିତ୍ରୀରାଣୀ ସେଜପଡ଼ା, ବିଶ୍ଵନାଥ ପଲେଇ ପ୍ରମୁଖ ଯୋଗଦେଇ ୩୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଶେଷରେ ଚନ୍ଦନ କୁମାର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
