ସାନ ଭାଇକୁ ଅନ୍ଧାରରେ ରଖି ବଡ଼ଭାଇ ଚଞ୍ଚକତା କରି ହାତଇଲେ ସମ୍ପତି।
ତାଳଚେର ତହସିଲ କାର୍ଯ୍ୟାଳୟ ଦୁର୍ନିତୀର ଗନ୍ତାଘର।
଼ତାଳଚେର ଘଂଟପଡ଼ା ସାରକେଲ ଆରଆଇ ଅଧିନସ୍ଥ ଶର୍ମାଛକ ୧୭ନଂ ୱାର୍ଡ଼ ରାସ୍ତାକଡ଼ରେ ଦର୍ଶନ କୋର (୪୦) ନାମୀ ମହିଳାଙ୍କ ସ୍ୱାମୀ ବିଟୁ ସିଂହ(୫୫) ତାଙ୍କ ପରିବାର ସହିତ ଦୀର୍ଘବର୍ଷରୁ ପୈତୃକ ଜମି ଉପରେ ରହି ଆସୁଥିଲେ । ମାତ୍ର ବିଟୁଙ୍କ ବଡ଼ଭାଇ ୨୦୧୩ ମସିହାରେ ଲିଗାଲ ହେୟାର ସାର୍ଟିଫିକେଟରେ ବାପାଙ୍କର ରହିଥିବା ୮ଜଣ ଉତରାଧିକାରୀଙ୍କ ନାମକୁ ଚଚଂକତାର ସହ ବାଦ୍ କରି ଉକ୍ତ ମୂଲ୍ୟବାନ ଜମିଟିକୁ ବଡ଼ଭାଇ ନାମରେ କରିଦେଇଥିବା ସାନଭାଇ ଅଭିଯୋଗ କରିଛନ୍ତି । ସାନ ଭାଇ ୩ରୁ ୪ମାସ ପୂର୍ବରୁ ଏହି ଘଟଣା ତାଙ୍କ ସାମ୍ନାକୁ ଆସିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଜାଲିଆତି କରିଥିବା ବଡଭାଇ ନିଜ ଭାଇ ଭଉଣୀକୁ ମୃତ ଘୋଷଣା କରି କିପରି ଲିଗାଲ ହାର ବାହାରକରି ଅନ୍ୟ କାହାକୁ ନବିକି ନିଜ ନାମରେ ଜମି ପଟା କରିନେଇଛନ୍ତି। ନିୟମ ଅନୁଯାୟୀ ବିଟୁ ସିଂହ ବାପା ଅଜିତ ସିଂହ ମୃତ୍ୟୁ ପରେ ତାଙ୍କ ପୁଅ ଓ ଝିଅ ଜମିର ପ୍ରକୃତ ହିତାଧିକାରୀ।ଏହି ଜମିର ୧-ସୁକଚାନ୍ଦ ସିଂହ, ୨-ବଲରାଜ ସିଂହ, ୩-ହରେନ୍ଦ୍ର ପାଲ ସିଂହ, ୪-ଯୋଗେନ୍ଦ୍ର ସିଂହ, ୫-ବିଟୁ ସିଂହ,୬-ବଲଜିନ୍ଦର କୋର ୭-ସୁରେନ୍ଦ୍ର କୋର ୮-ବଲବିନ୍ଦର କୋର ଜମିର ମାଲିକ ହୋଇଥିଲେ ମଧ୍ୟ ଯୋଗେନ୍ଦ୍ର ସିଂହ ଭାଇ ଓ ଭଉଣୀ ନଜଣାଇ ପୈତୃକ ଜମିକୁ ତହସିଲ କାର୍ଯ୍ୟାଳୟରେ କିପରି ପଞ୍ଜିକୃତ କରିଦେଲେ ଏହି ଘଟଣା ଏବେ ସନ୍ଦେହ ଘେରରେ ରହିଛି। ତେବେ ଏହି ଘଟଣା ଘଟିବାପରେ ତାଳଚେର ଉପଜିଲ୍ଳାପାଳ, ତହସିଲ କାର୍ଯ୍ୟାଳୟ, ଜିଲ୍ଳାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏସମ୍ପର୍କରେ ତାଙ୍କ ବଡ଼ଭାଇର ଚଚଂକତା ବିଷୟରେ ଜଣାଇଥିଲେ । ବଡ଼ଭାଇ ତାଙ୍କ ନାମରେ ଜମି କରାଇ ନେବାପରେ ସେ ସେଠାରୁ ସାନଭାଇକୁ ବାହାରି ଯିବାକୁ ବାରମ୍ବାର ଚାପ ପକାଉଥିଲେ । ମାତ୍ର ପୈତୃକ ଜମି ଉପରେ ସବୁ ଭାଇ ଓ ଭଉଣୀଙ୍କ ଭାଗ ରହିଛି ବୋଲି ସେ ପ୍ରକାଶ କରିବାପରେ ବଡ଼ଭାଇ ଏଥିରେ ଅସନ୍ତୁଷ୍ଟ ହୋଇ କହିଥିଲେ କି, ଏହି ଜମିଟି ମୋ ନାମରେ ରହିଛି । ତେଣୁ ତୁମେ ଏଠାରୁ ବାହାରି ଯାଅ । ୨୦୧୩ ମସିହାରେ ୮ଜଣ ଲିଗାଲ ହେୟାର ସାର୍ଟିଫିକେଟରେ ରହିବା ପରିବର୍ତେ କେବଳ ଜଣକ ନାମକୁ କାର୍ଯ୍ୟାଳୟ ପକ୍ଷରୁ ଦର୍ଶାଇ ଉକ୍ତ ପୈତୃକ ଜମିକୁ ବଡ଼ଭାଇ ଯୋଗେନ୍ଦ୍ର ସିଂ ନିଜ ହାତେଇ ନେଇଥିବା ଅଭିଯୋଗ କରିଛନ୍ତି ସାନଭାଇ, ତାର ସ୍ତ୍ରୀ ନିଜ ନ୍ୟାୟ ଅପେକ୍ଷାରେ ଚାହିଁ ରହିଛନ୍ତି ବୋଲି ବିଟୁଙ୍କ ସ୍ତ୍ରୀ କ୍ଷୋଭର ସହ ଏହା ପ୍ରକାଶ କରିଛନ୍ତି । ଆଉ ଏହି ଯୋଗେନ୍ଦ୍ର ସିଂ ନାମକ ବ୍ୟକ୍ତି ଜଣକ ମଧ୍ୟ ଏମାନଙ୍କୁ ମିଛ କେଶ ରେ ଫସେଇବାର ସାଜିସ କରିଥିଲେ.ଏହି ଘଟଣାକୁ ନେଇ ବିଟୁ ସିଂହ ତାଳଚେର କୋଲିୟାରୀ ଥାନାରେ ଅଭିଯୋଗ କରିଛନ୍ତି। ତେଣୁ ତାଳଚେର ତହସିଲ କାର୍ଯ୍ୟାଳୟରେ ଏଭଳି ଭାବେ କେତେ ଯେ ଅନୀତିକାର୍ଯ୍ୟ ଚାଲୁଥିବା ବେଳେ ଏଥି ପ୍ରତି ଜନସାଧାରଣ ,ଥସଜାଗ ହେବାର ଆବଶ୍ୟକତା ରହିଛି ।ତେବେ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳ ବାସୀ ଦାବି କରିଛନ୍ତି।
