*ବିକେଜୀ ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ*
ବସ୍ତା:-୨୯/୦୧ (ନି.ପ୍ର)
ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ ପରିଖୀ ଗ୍ରାମ ପଞ୍ଚାୟତ ସ୍ଥିତ ବଡେଖାନ ଗାଜି ପିର ବାବା ଟ୍ରଷ୍ଟ “ବିକେଜୀ ଟ୍ରଷ୍ଟ” ପକ୍ଷରୁ ଗଣତନ୍ତ୍ରର ପବିତ୍ର ପର୍ବ ସାଧାରଣତନ୍ତ୍ର ଦିବସର ଅପରାହ୍ନରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ଗରିବ, ଅସହାୟ , ବିଧବା, ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଅଛି। ବିକେଜୀ ଟ୍ରଷ୍ଟର ମେନେଜିଂ ଟ୍ରଷ୍ଟି ଜନାବ ଆୟୁବ ଆଲି ଖାଁଙ୍କ ପୌରାହିତ୍ୱରେ ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇଥିଲା, ଏଥିରେ ପରିଖୀ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ କାର୍ତ୍ତିକ ଚନ୍ଦ୍ର ରାଉତ ସଭାପତିତ୍ୱ କରିଥିଲେ, ସେ ଟ୍ରଷ୍ଟର ଏଭଳି ସାମାଜିକ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ ଶ୍ରୀ ବିଜୟାନନ୍ଦ ସ୍ୱାଇଁ ଟ୍ରଷ୍ଟର ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକର୍ମର ଆଲୋକପାତ କରି ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲା। ଅନ୍ୟତମ ଅତିଥି ସମାଜ ସେବୀ କମରୁଲ ଆଲି ଖାଁ ମାନବ ସେବା ମାଧବ ସେବା କହିବା ସାଙ୍ଗକୁ ଟ୍ରଷ୍ଟର ଉଜ୍ବଳ କାମନା କରିଥିଲେ, ଟ୍ରଷ୍ଟି ସୋହେଲ ଆବାସ ଖାଁଙ୍କ ତତ୍ୱବଧାନରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିବା ବେଳେ ସକ୍ରିୟ କର୍ମୀ ଆକବର ଆଲି ଖାଁ, ଆସଗର ଆଲି ଖାଁ, ସେକ ମୁନ୍ନା, ଶାମି ଅଖତାର ଖାଁ, ରାଜ ଆଲି ଖାଁ, ହାରୁନ ଅଲି ଖାଁ ପ୍ରମୁଖ ସହଯୋଗ କରିଥିଲେ, ସମ୍ପ୍ରତି ବଙ୍ଗୋପ ସାଗର ଉପକୂଳ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହୋଇଥିବା ବେଳେ ଟ୍ରଷ୍ଟର ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି, ବିକେଜୀ ଟ୍ରଷ୍ଟ ଅସହାୟ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଭରସାର ଏକ ଆଦର୍ଶ ଅନୁଷ୍ଠାନ ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି।
