ସୋରରେ ସରକାରୀ ଜାଗା ଉଛେଦ , କିଛି ସ୍ଥାନରେ ଉତ୍ତେଜନା ପରିବେଶ ସୃଷ୍ଟି
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: ସରକାର ଏବେ ଜବରଦଖଲ ଙ୍କ ଉପରେ ବୋଲାଇବେ ବୋଲଡୋଜର। ଜବରଦଖଲ କରିଥିଲେ ହୋଇଯାଆନ୍ତୁ ସାବଧାନ। ସୋରରେ ପୁଣି ବୁଲିଲା ବୁଲଡୋଜର। ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ସୋର ଥାନା ପାଖର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସୋର ତହସିଲଦାର ଦୈତାରି ମଲ୍ଲିକ ଙ୍କ ତତ୍ବାବଧାନରେ ଆଜି ଉଛେଦ ପ୍ରକିୟା ଏହି ଗ୍ରାମ ରେ ଆରମ୍ଭ ହୋଇଥଲା।କିଛି ଲୋକ ବହୁଦିନ ଧରି ସରକାରୀ ଜାଗାରେ ଘର କରି ବସବାସ କରିଆସୁଥିଲେ. କିନ୍ତୁ ଏହି ଗ୍ରାମର କିଛି ଲୋକ ସରକାରୀ ଜାଗା ଖାଲି କରିବାକୁ ମାନ୍ୟବର ଉଚ୍ଚ ନ୍ୟାୟଳୟ ର ଦ୍ୱାରସ୍ତ ହୋଇଥିଲେ । ଉଚ୍ଚ ନ୍ୟାୟଳୟ ଏବଂ ବାଲେଶ୍ୱର ଜିଲ୍ଲା ଉପଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ସୋର ତହସିଲଦାର ଶ୍ରୀ ମଲ୍ଲିକ ସୋର ପୋଲିସ ସହାୟତାରେ ସରକାରୀ ଜାଗା ଖାଲି କରିବାକୁ ଯାଇ ଆଜବେଷ୍ଟ, ଟାଇଲ ଘର ଏବଂ ଦୁଇ ମହଲା କୋଠା ଭଙ୍ଗା ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ବହୁ ଦିନରୁ ଘର କରି ରହିଥିବା ବେଳେ ଭାଙ୍ଗି ଯାଉଥିବାର ଦେଖି ପରିବାର ଲୋକ ଙ୍କ ମଧ୍ୟରେ କାନ୍ଦ ଓ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତାହା ସହିତ ଗ୍ରାମରେ କିଛିଟା ଉତେଜନା ପୂର୍ଣ୍ଣ ପରିସ୍ଥିତି ଥିବାବେଳେ ସୋର ପୋଲିସ ର ଉପସ୍ଥିତି ଯୋଗୁଁ ପରିସ୍ଥିତି ଶାନ୍ତ ହୋଇଥଲା । ଘର ଭିତରୁ କିଛି ଲୋକଙ୍କୁ ପ୍ରଶାସନ ଓ ପୋଲିସ ସହାୟତାରେ ବୁଝାଇ ଘର ଭିତରୁ ବାହାର କରାଯାଉଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ସୋର ଥାନା ଅଧିକାରୀ ମୁକୁନ୍ଦ ମୁରାରି ପାତ୍ର ଉପସ୍ଥିତ ଥିଲେ।
