*ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅଧିକାରୀ ଟଙ୍କଧର ଭୋଇ ଙ୍କ ସରକାରୀ କାର୍ଯ୍ୟରୁ ଅବସର ନେବା ପରେ ଅବସର କାଳୀନ ସମ୍ବର୍ଦ୍ଧନା*
ନୂଆପଡା (ମିଖାଏଲ ନନ୍ଦ)
ତା:୨୮.୦୧.
ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅଧିକାରୀ ଟଙ୍କଧର ଭୋଇ ଙ୍କ ସରକାରୀ କାର୍ଯ୍ୟରୁ ଅବସର ନେବା କୁ ଥିବା ବେଳେ ଆଜି ନୂଆପଡ଼ା ଏସ ଡି ପି ଓ କାର୍ଯ୍ୟାଳୟ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ସମ୍ବର୍ଦ୍ଧନା ସଭାରେ ନୂଆପଡ଼ା ପୋଲିସ ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂ ଯୋଗ ଦେଇ ତାଙ୍କ କାର୍ଯ୍ୟ ଜୀବନରେ ପୋଲିସ ବିଭାଗ ପାଇଁ ଉସର୍ଗିକୃତ୍ ସେବା ଏବଂ ଶାନ୍ତି ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ନେଇ ଅନେକ ସାଧୁବାଦ ଦେଇଛନ୍ତି। ତାଙ୍କ ଜୀବନର ସେବା ଏବଂ ଅନୁଭୂତି ନିଶ୍ଚିତ ରୂପେ ଆଗାମୀ ଭବିଷ୍ୟତ ରେ କାର୍ଯ୍ୟରେ ଆସିବା ସହ ଦୀର୍ଘାୟୁ କାମନା କରି ଚଲାପଥ କୁସୁମିତ ହେବା ସହ ତରୁତର ଉନ୍ନତି କାମନା କରିଛନ୍ତି। ଆସନ୍ତା ୩୧ ତାରିଖ ଦିନ ଅବସର ନେବେ। ପୋଲିସ ବିଭାଗର ଅନେକ ଉଚ୍ଚ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଯୋଗ ଦେଇ ଦେଶ ସେବା ପାଇଁ ତାଙ୍କୁ କୃତଜ୍ଞତା ଯାଇଥିଲେ।
