Skip to content
-
ଭବାନୀପାଟଣା, ( କିଶନ୍ ଶର୍ମା )- ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲାରେ ମୋଟ ୧୧୦୦ ପ୍ରାଥମିକ ସ୍କୁଲରେ ୧୩୯୬୫ ଜଣ ନବସାକ୍ଷରଙ୍କ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାରେ ପୁରୁଷ- ୪୭୬୮, ମହିଳା- ୯୧୯୭ ପରୀକ୍ଷାର୍ଥି ପରୀକ୍ଷା ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଓ ଶ୍ରୀମତୀ ଶୁଭଲକ୍ଷ୍ମୀ ନାଏକ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ଉକ୍ତ ପରୀକ୍ଷାକୁ ୧୩ ଗୋଟି ବ୍ଲକର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସି.ଆର.ସି.ସି., ବ୍ଲକ ସ୍ତରରେ ତଦାରଖ କରିଥିଲେ। ସମସ୍ତ ପ୍ରଧାନ ଶିକ୍ଷକ ଓ ସହ ଶିକ୍ଷକ ଆନ୍ତରିକତାର ସହ ସହଯୋଗ କରି ପରୀକ୍ଷାକୁ ସଫଳ ଆୟୋଜନ କରିଥିଲେ।