ଜଲଙ୍ଗା ଭଦ୍ରକ ରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜଞ ଓ ବାର୍ଷିକ ପ୍ରତିଷ୍ଠା ଉତ୍ସବ।
ତା ୨୩/୦୧/୨୦୨୬ରିଖ(ଭଦ୍ରକ) ଭଦ୍ରକ ଜିଲ୍ଲା ବେଦମାତା ଗାୟତ୍ରୀ ଶକ୍ତି ପୀଠ , ଜଳଙ୍ଗା ଠାରେ 19ତମ ପ୍ରତିଷ୍ଠା ଉତ୍ସବ ଓ ନବ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି।ପ୍ରଥମ ଦିନ ମା ମାନଙ୍କ ଦ୍ଵାରା ୧୦୮ କଳସ ଶୋଭାଯାତ୍ରା ହୋଇଥିଲା ବେଳେ ଆଜି ଉଜ୍ଜାପନି ଉତ୍ସବରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ଏହି ଯଜ୍ଞାଟି ବେଦମାତା ଶାନ୍ତିକୁଞ୍ଜ ଟ୍ରଷ୍ଟ ଓ ଜଳଗାଁ ଗ୍ରାମବାସୀଙ୍କ ଦ୍ବାରା ଆୟୋଜନ କରାଯାଇଥିଲା।ଏହି ଯଜ୍ଞରେ ମୁଖ୍ୟ ସଂକଳ୍ପ କର୍ତ୍ତା ଭାବେ ସନ୍ତୋଷ କୁମାର ପତି ଓ ତାଙ୍କ ଧର୍ମ ପତ୍ନୀ କବିତା ପତି ସଂକଳ୍ପ କରିଥିବା ବେଳେ ମୁଖ୍ୟ ପୁରୋଧା ଭାବେ କ୍ଷେତ୍ରବାସୀ ବିଶ୍ବାଳ ଯୋଗଦାନ କରି ଯଜ୍ଞଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।ଜିଲ୍ଲା ବେଦମାତା ଶାନ୍ତିକୁଞ୍ଜ ଟ୍ରଷ୍ଟ ର କୈଳାଶ ଚନ୍ଦ୍ର ସାହୁ ,ବନାନୀ ବାରିକ,ରାମଚନ୍ଦ୍ର ସାହୁ,ସନ୍ତୋଷ କୁମାର ଜେନା,କ୍ଷେତ୍ରବାସୀ ବିଶ୍ବାଳ,ସୁବ୍ରତ ମହାନ୍ତି ପ୍ରମୁଖ ସମସ୍ତ ସଦସ୍ୟଙ୍କ ସହିତ ମୁଖ୍ୟ ଟ୍ରଷ୍ଟି କୈଳାଶ ପ୍ରସାଦ ମହାନ୍ତି,ସମ୍ପାଦକ ଆଲୋକ ଚନ୍ଦ୍ର ମୁଖାର୍ଜୀ ଏବଂ ବ୍ୟବସ୍ତାପିକା ବାସନ୍ତୀ ଲତା ବେହେରା ଉପସ୍ଥିତ ଥିଲେ।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
