ଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ବବିତା ପାଠୋତ୍ସବ ଅନୁଷ୍ଠିତ ।
ଜଗତସିଂହପୁର- ଜଗତସିଂହପୁର ପୁସ୍ତକମେଳା ପରିସରରେ ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ସାଂସ୍କୃତିକ ପରିଷଦର ସାଂସ୍କୃତିକ ପରିଷଦର ଉପଦେଷ୍ଟା ମହେନ୍ଦ୍ର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କବିତା ପାଠୋତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶହେ ରୁ ଉର୍ଦ୍ଧ କବି ଯୋଗଦେଇ ନିଜ ନିଜର କବିତା ପାଠ କରିଥିଲେ । ଏହି ଉତ୍ସବରେ ଅନ୍ୟ ମାନଙ୍କ ନାଟ୍ୟକାର ଡା କୈଳାଶ ମଲ୍ଲିକ, ସାମ୍ବାଦିକ ମନୋଜ ଦାଶ, ସାହିତ୍ୟିକା ଡ଼ ଜ୍ୟୋତିର୍ମୟୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ସାହିତ୍ୟର ବିକାଶ ବାବଦରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ସଂଗୀତା ଦାସ ଓ ସବିତା ଦାସ ସହଯୋଗିତା କରିଥିଲେ । କବିତା ପାଠ କରିଥିବା ସମସ୍ତ କବି ମାନଙ୍କୁ ପରିଷଦର ପକ୍ଷରୁ ମାନପତ୍ର ,ସ୍ମୃତି ଫଳକ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମର୍ଦ୍ଧିତ କରାଯାଇଥିଲା ।
