*ନୂଆପଡ଼ାକୁ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ନିର୍ଦ୍ଦେଶକଙ୍କ ଗସ୍ତ l କ୍ଷେତ୍ର ପରିଦର୍ଶନ ସହିତ ସମୀକ୍ଷା ବୈଠକରେ ଭାଗନେଲେ* l
ନୂଆପଡ଼ା(ମିଖାଏଲ ନନ୍ଦ)
ତା- ୧୬ /୦୧
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର (PM-DDKY) ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କେନ୍ଦ୍ରୀୟ କୃଷି ମନ୍ତ୍ରଣାଳୟ, ଦିଲ୍ଲୀ PM-DDKY ନିର୍ଦ୍ଦେଶକ ତଥା କେନ୍ଦ୍ରୀୟ ନୋଡାଲ ଅଧିକାରୀ ନଟବର ପାଲ ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟାବଳୀରେ ଜିଲ୍ଲାର ଅଗ୍ରଗତିର ସମୀକ୍ଷା କରିଥିଲେ। ସଂପୃକ୍ତ ଅଧିକାରୀ ମାନଙ୍କୁ ସମର୍ପିତ ଭାବରେ କାମ କରି କୃଷି ତଥା କୃଷକ ମାନଙ୍କ ଦୃତ ଉନ୍ନତି ପାଇଁ ସମସ୍ତ ପଦକ୍ଷେପ ନେବାପାଇଁ ଆହ୍ବାନ ଦେଇଥିଲେ l ସେ ଜିଲ୍ଲା ପ୍ରଶାସନକୁ ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ତାଙ୍କର ଶିଳ୍ପସଂସ୍ଥା ସାମାଜିକ ଦାୟିତ୍ଵବୋଧ (CSR) କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ବ୍ଲକ କୁ ପୋଷ୍ୟ ରୂପେ ଗ୍ରହଣ କରି ଏହାର କୃଷି ବିକାଶ କରିବାକୁ ଆହ୍ବାନ ଦେଇଥିଲେ।ଏହି ସମୀକ୍ଷା ବୈଠକରେ ଇନ୍ଦିରା ଗାନ୍ଧୀ କୃଷି ବିଶ୍ଵବିଦ୍ୟାଳୟ, ରାୟପୁର ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ରାମ ମୋହନ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, ଉପ ନିର୍ଦ୍ଦେଶକ, ପରିସଂଖ୍ୟାନ ଦିଲେଶ୍ୱର ଧରୁଆ, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା ଏବଂ ସଂମ୍ପୃକ୍ତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଗସ୍ତ ଅବସରରେ ନିର୍ଦ୍ଦେଶକ ଶ୍ରୀ ପାଲ କୋମନା ବ୍ଲକ ଅନ୍ତର୍ଗତ ରେଙ୍ଗ ଗ୍ରାମରେ ଏକ ଛେଳି ଚାଷ ୟୁନିଟ୍, ଡୁମେରପାଣି ଗ୍ରାମର ମାଛ ଚାଷ ପ୍ରକଳ୍ପ ଓ ମହୁଲଭଟା ର ଏକ ଚିଙ୍ଗୁଡ଼ି ଚାଷ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଚାଷୀ ମାନଙ୍କୁ ଉତ୍ସାହିତ କରିବା ସହିତ ସମନ୍ଵିତ କୃଷି ପ୍ରଣାଳୀ ଆପଣେଇ ସମୃଦ୍ଧ ହେବା ପାଇଁ ପରାମର୍ଶ ଦେଇଥିଲେ l
