**ନରୁଆ ଛକ ଦୁର୍ଗା ମନ୍ଦିର ରୁ ଗତ କାଲି ରାତିରେ ଚୋରି **
ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ରେ ଥିବା ନରୂଆ ଛକ ଦୁର୍ଗା ମନ୍ଦିର ରେ ଗତକାଲି ରାତିରେ କେହିଜଣେ ଦୃର୍ବୁତ୍ତ ସାଇକେଲ ଯୋଗେ ମେଡିକାଲ ପଟୁ ଆସି ମା ଦୁର୍ଗା ଙ୍କ ଗେଟ୍ କୋଲପ ଓ ଦାନ ବାକ୍ସ ଭାଙ୍ଗିବା ସହ ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ ଟଙ୍କା ନେଇଯାଇଥିବା ସୂଚନା ମିଳିଛି । ଯାହାକି ସେଠାକାର ଶିଶି ଟିଭି ରୁ ବାହାରିଥିବା ଫୁଟେଷ୍ଟ କୁ କମିଟି ତରଫରୁ ପଲିସିକୁ ହସ୍ତାନ୍ତର କରିଥିବା ଖବର ମିଳିଛି। ପୁର୍ବରୁ ମଧ୍ୟ ଗତବର୍ଷ ଏହି ମନ୍ଦିର ରେ ଦୃର୍ବୁତ୍ତ ମାନେ କଳା କନା ବୁଲାଇଥିଲେ। ଯାହାକୁ ତିର୍ତ୍ତୋଲ ପୋଲିସ୍ ଏପର୍ଯ୍ୟନ୍ତ ଧରିବାରେ ସକ୍ଷମ ହୋଇ ପାରିନଥିବା ଚର୍ଚ୍ଚା କୁ ଖୋରାକ ଯୋଗାଇଛି । ସେହିପରି ଗତକାଲି ରାତିରେ ସେହି ଦୁର୍ଗା ମନ୍ଦୀର ପାଖା ପାଖି ହନୁମାନ ମନ୍ଦୀର, ଖଡ଼ଗପୁର ର ତାରିଣୀ ମନ୍ଦିର ଓ ବଟ ଗୋସାଇଁ ମନ୍ଦିର ରୁ ହୁଣ୍ଡି ଭାଙ୍ଗିଥିବା ସୂଚନା ମିଳିଛି। ଯଦି ଏଭଳି ଦୈନିକ ଏଭଳି ହୁଏ ତାହାଲେ ସାଧାରଣ ଜୀବନ କେତେ ସୁରକ୍ଷିତ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଜନ ଗହଳି ପୂର୍ଣ୍ଣ ରାସ୍ତାରେ ଦୈନିକ ପୋଲିସ୍ ପେଟ୍ରୋଲିଂ କରିବାପାଇଁ ସାଧାରଣ ରେ ଦାବି ଉଠିଛି ।
