ବରୀଷ୍ଟ ସମାଜ ସେବୀ ସମାଜ ସୁଧାରକ୍ ପରୋପକାରୀ ଦୁଃଶାସନ ସାହୁ ଙ୍କ ପରଲୋକ। ଯୋଡ଼ା କେନ୍ଦୁଝର ଜିଲ୍ଲା ଯୋଡ଼ା ମ୍ୟୁନିସିପାଲଟି ର ଅଧକ୍ଷ ଙ୍କ ପିତା 92 ବର୍ଷ ଦୁଃଶାସନ ସାହୁ ଙ୍କ ଗତକାଲି ରାତ୍ର 11ଘ 38 ମିନିଟ ସମୟରେ ଭୁବନେଶ୍ୱର ସ୍ତିତ ଆପୋଲୋ ମେଡିକାଲ ରେ ପରଲୋକ ହୋଇଯାଇଛି। ଗତ। ଦୁଇ ଦିନ ପୂର୍ବରୁ ତାଙ୍କ ଦେହ ଶୋଚନୀୟ ଖରାପ ହେବାରୁ ତାଙ୍କୁ ମେଡିକାଲ ରେ ଆଡ଼ମିଶନ କରାଯାଇ ଥିଲା।ତେବେ ସେ ଜଣେ ବିଶିଷ୍ଟ ସମାଜ ଦେବୀ ପରୋପକାରୀ ବ୍ୟକ୍ତି ବିଶେଷ ବୋଲି ଯୋଡ଼ା ରେ ଘରେ ଘରେ ଅବାଳ ବୃଦ୍ଧ ବନିତା ଙ୍କ ନିକଟରେ ପରିଚିତ ।ଯୋଡ଼ା ସ୍ଥିତ ମା ଲକ୍ଷ୍ମୀ ମନ୍ଦିର ରେ ତାଙ୍କର ଯୋଗଦାନ ଅତୁଳନୀୟ। ଯୋଡ଼ା ଉନ୍ନତି ରେ ତାଙ୍କ ଭୂମିକା ଅଗ୍ରଗଣ୍ୟ।ଯୋଡ଼ା ରେ ଅନେକ ଜନସାଧାରଣ ତାଙ୍କ ସାହାଯ୍ୟ ସହଯୋଗ ପାଇଥିବାର ନଜିର ଅଛି।ତେବେ ତାଙ୍କ ଜନ୍ମ ସ୍ଥାନ କଳିକା ପ୍ରସାଦ ହୋଇଥିବାବେଳେ ତାଙ୍କ ମୃତ ଶରୀରକୁ ପୁରୀ ସ୍ଵର୍ଗଦ୍ଵାର ରେ ପଞ୍ଚଭୂତ ରେ ଲୀନ କରାଇ ବାକୁ ନିଆଯାଇ ଅଛି।
