ଲକ୍ଷ୍ମୀ ବସ ଆସିବାରୁ ଚାରଟି ପଞ୍ଚାୟତ ବାସି ଖୁସ।
(ଗଜପତି ଟିକି ଲିମା )
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ବାଇଝାଲ, ଵୃଷବ,ପରିଡ଼ା ପଞ୍ଚାୟତ ବାସି ଲକ୍ଷ୍ମୀ ବସ ଆସୁଥିବାରୁ ବହୁତ ଖୁସି ପ୍ରକାଶ କରିଛନ୍ତି | କାରଣ ଗତ ଡ଼ିସେମ୍ବର ମାସରେ ଏ ବିଷୟ ନେଇ ପାରଳା ବିଧାୟକ ଇଁ ରୁପେଶ କୁମାର ପାଣିଗ୍ରାହୀ ଙ୍କୁ ଚାରଟି ପଞ୍ଚାୟତ ବାସି ବସ ର ସମସ୍ୟା ନେଇ ଜଣେଇ ଥିଲେ | ବର୍ତ୍ତମାନ କିଛିଦିନ ହେଲା ବସ ଆସୁଥିବାରୁ ପାରଳା ବିଧାୟକ ଙ୍କୁ ଚାରଟି ପଞ୍ଚାୟତ ବାସି ଧନ୍ୟବାଦ ଅର୍ପଣ କରିଛନ୍ତି | ଏହି ଲକ୍ଷ୍ମୀ ବସ ଗୁମ୍ମା ବ୍ଲକ ରୁ ଗାଇବା ଏବଂ ଗାଇବା ରୁ କାଶୀନଗର ଯାତାୟାତ କରୁଥିବା ଜଗୁ ଚାରଟି ପଞ୍ଚାୟତ ବାସି ଏବଂ ଛାତ୍ର ଛତ୍ରୀ ମାନଙ୍କୁ କଲେଜ ଯିବା ଆସିବାରେ ବହୁତ ସୁବିଧା ହେଉଛି | ଦୀର୍ଘ ବର୍ଷ ଧରି ଏହି ଚାରଟି ପଞ୍ଚାୟତ କୁ ବସ ର ସମସ୍ୟା ଲାଗି ରହିଥିଲା କେବଳ ରାତିରେ ଗୋଟିଏ ବସ ଏବଂ ଦିନ 10 ଘଣ୍ଟା ସମୟରେ ଗୋଟେ ବସ ଆସୁଥିଲା| ବର୍ତ୍ତମାନ ଏହି ଲକ୍ଷ୍ମୀ ବସ ଯଦି ସମୟ ପରିବର୍ତ୍ତନ କରି ସବୁଦିନ ଚାଲିବ ତେବେ ଚାରଟି ଗ୍ରାମବାସୀଙ୍କର ବହୁତ ଉପକାର ହେବ ବଲି ଗ୍ରାମରୁ ସୁରେଶ ପୂଜାରୀ, ମଧୁ ପାତ୍ର, ନରସିଂହ ବିଶଇ, ଟୁନା ସିଂ, ସୁଜିତ ବେବର୍ତ୍ତା, ସାଇଳାଶ କାଉଁରୀ ଏବଂ ଜୁଏଲ ଗମାଙ୍ଗ ଓ ସହଦେବ ବେହେରା ପ୍ରକାଶ କରିଛନ୍ତି |
