*ନୂଆପଡ଼ା ଜିଲ୍ଲା ରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲୁଥିବା ବେଳେ ଜିଲ୍ଲାରେ ୯୪% ପ୍ରତିଶତ ଧାନ ସଂଗ୍ରହ, ୧୭ ଲକ୍ଷ ୭୪ ହଜାର କ୍ଵିଣ୍ଟାଲ ଧାନ ସଂଗ୍ରହ ଶେଷ, ଲକ୍ଷ ରାଜ୍ୟ କୁ ଦାବୀ*
ନୂଆପଡା(ମିଖାଏଲ ନନ୍ଦ)
ତା: ୧୫.୦୧
ନୂଆପଡ଼ା ଜିଲ୍ଲା ରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲୁଥିବା ବେଳେ ଜିଲ୍ଲାରେ ୯୪% ପ୍ରତିଶତ ଧାନ ସଂଗ୍ରହ ହୋଇଅଛି। ଜିଲ୍ଲା କୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଲକ୍ଷ ୭୪ ହଜାର କ୍ଵିଣ୍ଟାଲ ଧାନ ସଂଗ୍ରହ ଲକ୍ଷ ରହିଥିବା ବେଳେ ସେହି ଲକ୍ଷ ରୁ ଧାନ ସଂଗ୍ରହ କାର୍ଯ୍ୟ ଶେଷ ହୋଇଅଛି। ଜିଲ୍ଲା କୁ ଆବଶ୍ୟକ ଥିବା ଲକ୍ଷ ରାଜ୍ୟ କୁ ମଗାଯାଇଥିଲା ଜିଲ୍ଲା ଯୋଗାଣ ବିଭାଗ ପକ୍ଷ ରୁ ପ୍ରକାଶ କରିଛନ୍ତି। ବିଶେଷ ରୂପେ ଗଟ ବର୍ଷ ୪ ହଜାର ୭ ଶହ ରୁ ଉର୍ଦ୍ଧ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ୧୭ ଲକ୍ଷ କ୍ଵିଣ୍ଟାଲ ରୁ ଉର୍ଦ୍ଧ ଧାନ ସଂଗୃହିତ ହୋଇଥିଲା। ଚଳିତ୍ ବର୍ଷ ଚାଷୀ ପଞ୍ଜିକରଣ ପାଞ୍ଚ ହଜାର ବୃଦ୍ଧି ହୋଇଅଛି। ଚଳିତ୍ ବର୍ଷ ୫୧ ହଜାର ରୁ ଅଧିକ ଚାଷୀ ନାମ ପଞ୍ଜିକରଣ କରିଛନ୍ତି। ତେଣୁ ଜିଲ୍ଲା ଧାନ ସଂଗ୍ରହ ଲକ୍ଷ ମଧ୍ୟ ବୃଦ୍ଧି ଦେବା ସ୍ଵାଭାବିକ ଅଟେ । ତେଣୁ ନୂଆପଡ଼ା ଜିଲ୍ଲା କୁ ଧାନ ସଂଗ୍ରହ ଲକ୍ଷ ପ୍ରଦାନ କଲେ ଜିଲ୍ଲା ରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ଵାଭାବିକ ହୋଇ ଚାଷୀଙ୍କ ଉତ୍ପାଦିତ ଧାନ ବିକ୍ରି କରିବାରେ ସହାୟକ ହେବ।
