ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଶବ କୁ ବାଇକ୍ ରେ ବୋହିନେଲେ ପରିବାର ଲୋକ ।
ଗଜପତି (ଟିକି ଲିମା)
ଏହିଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ। ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ମାନ କରିଛନ୍ତି ଏମିତିକି ମେଡିକାଲରୁ ଶବ ନେବାପାଇଁ ସରକାର ନିଃଶୁଳ୍କ ଗାଡି ଯୋଗାଇ ଆସୁଛନ୍ତି। ହେଲେ ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ସମ୍ପୂର୍ଣ ବ୍ୟତିକ୍ରମ ଦେଖାଯାଇଛି।
ସୂଚନା ଅନୁଯାୟୀ ସେରଙ୍ଗ ଗ୍ରାମର ଚନ୍ଦ୍ରଧ୍ବଜ ସିଂ (୬୨)ଗତକାଲି ଅସୁସ୍ଥ ହେବାରୁ ତାଙ୍କୁ ନିକଟସ୍ଥ ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଗୁରୁତର ହୋଇ ପ୍ରାଣତ୍ୟାଗ କରିଥିଲେ ଡ଼ଃ. ଆଲୋକ ଚନ୍ଦ୍ରଧ୍ବଜଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଶବ ନେବାପାଇଁ କାର୍ଯ୍ୟରତ କର୍ମଚାରୀଙ୍କୁ ଗୁହାରିକରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ବାଧ୍ୟହୋଇ ପରିବାର ଲୋକ ବାଇକ ରେ ମୃତ ଶରୀରକୁ ନେଇଥିବା ଜଣାପଡିଛି।
ଚର୍ଚ୍ଚାର ବିଷୟ କି ସରକାର ଙ୍କର ମାଳ ମାଳ ଯୋଜନା କାହାପାଇଁ ଜଣେ ନିରୀହ ଗରିବ ଲୋକ ସରକାରର ଯୋଜନାରୁ ବଞ୍ଚିତ ହୋଇ ଗାଡ଼ିଟିଏ ଭଡାରେ ନେଇପାରୁନାହାନ୍ତି ଆଉ ବାଇକ ରେ ଶବ ନେବାକୁ ବାଧ୍ୟ ହେଉଛନ୍ତି। ତେଣୁ ବୁଦ୍ଧିଜୀବୀ ମାନେ ଏହାକୁ ଘୋର ନିନ୍ଦା କରିବା ସହ କାର୍ଯ୍ୟରତ କର୍ମଚାରୀ ଙ୍କ ଏହାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପରିବାର ଦାବି କରିଛନ୍ତି।ଏସମ୍ପର୍କରେ ଗୁମ୍ମା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରୁ ଏ ବିଷୟ ମୋ ନଜରକୁ ଆସିନଥିବା କହିଛନ୍ତି
