ରଙ୍ଗେଈଲୁଣ୍ଡା ବ୍ଲକ ପରିସର ରୁସଚେତନତା କୃଷି ରଥ ର ଶୁଭାରମ୍ଭ
ରଙ୍ଗେଈଲୁଣ୍ଡା -ଚାଷୀ ମାନଙ୍କ ପାଇଁ ଥିବା ସରକାର ଙ୍କ ବିଭିନ୍ନ ଯୋଜନା ଯଥା ପିଏମ କିଷାନ ଓ ସିଏମ କିଷାନ ରେ ଅନ୍ତର୍ଭୁକ୍ତ କରିବା ପାଇଁ ରଙ୍ଗେଈଲୁଣ୍ଡା ବ୍ଲକ ପରିସରରୁ ସଚେତନତା କୃଷି ରଥ ର ଶୁଭାରମ୍ଭ ହୋଇଯାଇଛି। ଏହି କୃଷି ରଥ ତିନି ଦିନ ବ୍ୟାପି ରଙ୍ଗେଈଲୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମ ପରିଭ୍ରମଣ କରି ଏବଂ ପଥପ୍ରାନ୍ତ ନୃତ୍ୟ ମାଧ୍ୟମରେ ଚାଷୀ ମାନଙ୍କୁ ସରକାରଙ୍କ ଯୋଜନା ଗୁଡିକୁ ସଚେତନ କରାଯିବ ବୋଲି ଉଦଘାଟକ ତଥା ଅଧକ୍ଷ ଆତ୍ମା ର ରଜତ କୁମାର ପଣ୍ଡିତ କହିଥିଲେ। ବହୁ ଚାଷୀ ଭାଇଭଉଣୀ ମାନେ ସରକାରଙ୍କ ଯୋଜନା ଗୁଡିକୁ ଜାଣିପାରୁନାହାନ୍ତି ତେଣୁ ଏହି ସଚେତନତା ରଥ ମାଧ୍ୟମ ରେ ସେମାନେ ଉପକୃତ ହୋଇପାରିବେ ବୋଲି ବିଟିଏମ ଦୀପ୍ତିପ୍ରିୟା ରଥ କହିଥିଲେ। ଏହି ଅବସରରେ ସହକାରୀ କୃଷିଧିକାରୀ ଅନ୍ତର୍ଯ୍ୟାମି ମହାନ୍ତି, ଓଭରସର ସୌଦାମିନୀ ପଣ୍ଡା, ଏଟିଏମ ସୁଜାତା କୁମାରୀ ଦାସ, ମିନାକ୍ଷୀ ମହାପାତ୍ର, ଦେବେନ୍ଦ୍ର ପ୍ରଧାନ, ଗୋପୀନାଥ ମହାରଣା, ମାଦା ପାତ୍ର, ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।
