ତା-୧୩/୧/୨୬
ଦଶରଥପୁର
ଭଞ୍ଜଦୂତ(ନି.ପ୍ର)
ରିପୋର୍ଟର-ମାନସ କୁମାର ସାହୁ
ସ୍ଵଚ୍ଛତା ନିଶା ପାଲଟିଲା ପେଶା- ସ୍ଵଚ୍ଛତା ର ସାଥୀ ବିଜୟ
କରୋନା ପ୍ରଭାବରେ ଜୀବନ ଓ ଜୀବିକା ପ୍ରଭାବିତ ହେବା ସହିତ ସମାଜରେ କେତେକଙ୍କ ନୂଆ ପରିଚୟ ସୃଷ୍ଟି ହୋଇଛି. ପରିବେଶକୁ ସଫେଇ କରିବା ଉଦ୍ଦେଶ୍ୟ ରେ ସ୍ଵଚ୍ଛତା ର ସାଥୀ ସାଜିଛନ୍ତି ବିଜୟ କୁମାର ମଲିକ. ଦଶରଥପୁର ବ୍ଲକ ଅନ୍ତର୍ଗତ ଜାଫରପୁର ପଞ୍ଚାୟତର ବାସିନ୍ଦା. ଦିନେ ବିଜୟ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଶ୍ରମିକ ଭାବେ ଦାଦନ ଖଟିବାକୁ ଯାଇଥିଲେ. ସମୟ ବଡ଼ ବଳବାନ ଅଟେ କରୋନା ମହାମାରୀ ଯୋଗୁଁ କଳକାରଖାନା ଗୁଡ଼ିକ ବନ୍ଦ ହୋଇଯିବାରୁ ବିଜୟ ନିଜ ଗାଁ କୁ ଫେରି ଆସିଥିଲେ. କଣ କରିବେ କିପରୀ ପରିବାର ପ୍ରତିପୋଷଣ କରିବେ କିଛି ଚ଼ିନ୍ତା କରିପାରିଲେ ନାହିଁ. ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବଚ୍ଛ ଭାରତ ଅଭିଯାନ କଥା ତାଙ୍କ ମନକୁ ପ୍ରଭାବିତ କରିଥିଲା. ଏକ ଟ୍ରଲି କିଣି ସ୍ବଚ୍ଛ ଭାରତ ଗରିବ ରଥ ନାମରେ ବାର୍ତ୍ତା ଲେଖି ଗାଁ ରୁ ଗାଁ ବୁଲି ପ୍ରତ୍ୟେକ ଦିନ ଅଳିଆ ଆବର୍ଜ୍ଜନାକୁ ସଂଗ୍ରହ ସହିତ ଗଛିତ କରି ପରିବେଶକୁ ପରିଷ୍କାର କରି ଚାଲିଲେ. ବିଜୟଙ୍କ ଏପରି କାର୍ଯ୍ୟକୁ ତାଙ୍କ ବନ୍ଧୁ ପରିବାର ସହ ପଡ଼ୋଶୀମାନେ ଘୃଣା କରୁଥିଲେ. ହେଲେ ବିଜୟ କାହାରି କଥାକୁ କର୍ଣ୍ଣପାତ ନକରି ଦୈନଦିନ ନିଜ କାର୍ଯ୍ୟ କରିଚ଼ାଲିଲେ. ଲକ୍ଷ୍ୟ ଥିଲା ମାଟି ଉପରେ ପଡ଼ିଥିବା ଅଳିଆ ଆବର୍ଜ୍ଜନା ସବୁକୁ ପରିଷ୍କାର ପରିଚ୍ଛନ୍ନ କରି ଅଞ୍ଚଳକୁ ସ୍ଵଚ୍ଛ ପରିଷ୍କାର ଓ ରୋଗମୁକ୍ତ କରିବାର ନିଶା. ସାଧନା ଓ ପରିଶ୍ରମର ଫଳ କେବେ ବ୍ୟର୍ଥ ହୁଏନି ଯାହାଦିନେ ତାଙ୍କର ପେଶା ଭାବରେ ପରିଣତ ହୋଇଗଲା. ଗଚ୍ଛିତ କରି ରଖିଥିବା ଅଳିଆ ପ୍ଲାଷ୍ଟିକ ବୋତଲ, କାଚ଼ ବୋତଲ, ଜରି ସହ ଅନ୍ୟାନ୍ୟ ସାମଗ୍ରୀ କୁ ଜଣେ କବାଡ଼ିବାଲା ଗଚ୍ଛିତ ଅଳିଆସବୁକୁ ନେଇଯିବାକୁ ବିଜୟକୁ କହିଥିଲ ତା ବଦଳରେ ଅର୍ଥ ମଧ୍ୟ ପ୍ରଦାନ କରିଥିଲେ.ଯାହାକୁ ଦେଖି ବିଜୟ ବହୁତ ଖୁସି ହୋଇଥିଲା. ପ୍ରତ୍ୟେକ ଦିନ ଅଳିଆ ସଂଗ୍ରହ କରିବା ଏକ ପେଷା ରୂପେ ପରିଣତ ହୋଇଗଲା. ଯେଉଁ ଅର୍ଥ ମିଳିଲା ସେଥିରେ ତା ପରିବାର ପ୍ରତିପୋଷଣ କରିଲା. ତାଙ୍କର ଏପରି ଉଦ୍ଦେଶ୍ୟ ଦେଖି ଯେଉଁମାନେ ତାକୁ ଘୃଣା କରୁଥିଲେ ଏବେ ତାକୁ ପ୍ରଶଂସା କରୁଛନ୍ତି.
