*ଶୀତ ବସ୍ତ୍ର ବଣ୍ଟନ ଉତ୍ସବ।
ରିପୋଟ ଗୋକୁଳାନନ୍ଦ ବେହେରା
ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ମାନନୀୟା ବିଧାୟିକା ଲୋକପ୍ରିୟ ଶ୍ରୀମତୀ ସିମାରଣୀ ନାୟକଙ୍କ ଦ୍ଵାରା ବିଭିନ୍ନ ପଞ୍ଚାୟତରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି।ବୃଦ୍ଧା ଅବସ୍ଥା ରେ ଥିବା ବୃଦ୍ଧ ବୃଦ୍ଧା ନିରଶ୍ରାୟୀ ଓ ଭିନ୍ନକ୍ଷମ ଥିବା ଲୋକମାନଙ୍କୁ ପଞ୍ଚାୟତକୁ ଡକାଯାଇ କମ୍ବଳ ବଣ୍ଟନ କରି ଲୋକମାନଙ୍କର ଦୁଃଖ ସୁଖରେ ସାମିଲ ହୋଇଛନ୍ତି ବିଧାୟିକା ସୀମାରଣୀ ନାୟକ। କନ୍ତିମିଲି ପଞ୍ଚାୟତ ,କଂସରା ପଞ୍ଚାୟତରେ ଏହି କମ୍ବଳ ବଣ୍ଟନ କାର୍ଯ୍ୟ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ କେତେକ ବୃଦ୍ଧ ବୃଦ୍ଧା ମାନଙ୍କର ତାଲିକା ଛାଡିଦେଇଥିବାରୁ କେତେକ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ପ୍ରତିନିଧି ସୁଶାନ୍ତ କୁମାର ପତି,ବ୍ଲକ୍ ଉପାଧ୍ୟକ୍ଷ ବରୁଣ ସର,ସରପଞ୍ଚ ସୁନନ୍ଦା ଅମାନ୍ତ ଏବଂ ଅନ୍ୟ ସରପଞ୍ଚ , ୱାର୍ଡ ମେମ୍ବରମାନେ ଉପସ୍ଥିତି ହୋଇ ସହଯୋଗ କରିଥିଲେ।
