ହାଣ୍ଡିଧୂଆଁ ହାଇସ୍କୁଲରେ ପିଏମ ଶ୍ରୀ ଉତ୍ସବ ପାଳିତ
(ଧର୍ମେନ୍ଦ୍ର ଙ୍କ ଭଳି ଏ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ରାଷ୍ଟ୍ର ପ୍ରତି ସମର୍ପିତ ହୁଅନ୍ତୁ -ରୁଦ୍ର ନାରାୟଣ ପାଣି )
ତାଳଚେର(୧୩/୧/୨୦୨୬):-ତାଳଚେର ପୌରାଚଂଳ ସ୍ଥିତ ହାଣ୍ଡିଧୂଆ ଉଚ୍ଚ ବିଦ୍ୟାଳୟସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆକାଂକ୍ଷୀ ଛାତ୍ର ପରିଷଦ -ଟ୍ୟାଲେଣ୍ଟ ଗ୍ୟାଲେରୀ ମେଳା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏ. ସ୍କୁଲ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଠ ପଢି ଆଜି କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଅଛନ୍ତି |ଧର୍ମେନ୍ଦ୍ର ପ୍ରଧାନ ଙ୍କ ଭଳି ଏ ସ୍କୁଲ ର ଛାତ୍ର ଛାତ୍ରୀ ବଡ଼ ହୋଇ ଦେଶ ପାଇଁ ସମର୍ପିତ ଭାବନା ନେଇ କାର୍ଯ୍ୟ କରିବାକୁ ସାଂସଦ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ କାମାକ୍ଷାନଗର ଉପଖଣ୍ଡର ସହକାରୀ ଜିଲ୍ଲାପାଳ ତଥା ପ୍ରାକ୍ତନ ଶିକ୍ଷକ ଦୀପକ ମିଶ୍ର, ଏୟୁସିସି ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ, ବ୍ଲକ ଶିକ୍ଷା ଅଧିକାରୀ ଖଗେଶ୍ୱର ବେହେରା, ଏମ୍.ସି.ଏଲ୍. ତାଳଚେର ଏରିଆ ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, କାଉନସିଲର ଲୀନା ସାହୁ, ପରିଚାଳନା କମିଟି ସଭାପତି ସର୍ବେଶ୍ୱର ଦାସ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ, ବିଜ୍ଞାନ ପ୍ରକଳ୍ପ ଏବଂ ପିଏମଶ୍ରୀ ମେଳା ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଅଭିଭାବକମାନଙ୍କ ତରଫରୁ ସାଂସଦ ଶ୍ରୀ ପାଣିଙ୍କ ମାଧ୍ୟମରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ତଥା ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇବାକୁ ଅନୁରୋଧ କରିଥିଲେ । ଜିଲ୍ଲା ବିଜେପି ମିଡିଆ ସେଲ୍ ସଂଯୋଜକ ପର୍ଶୁରାମ ବାରିକ୍, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଶଙ୍କରାଚାର୍ଯ୍ୟ ଙ୍କ ସେବା ସଚିବ ବରୁଣ କୁମାର ସାହୁ ପ୍ରାକ୍ତନ କାଉନସିଲର ଶଙ୍କର୍ଷଣ ବେହେରା, ସନ୍ଥପଡା ସରପଂଚ ସହଦେବ ସାହୁ, ପରିଚାଳନା କମିଟିର ସଭ୍ୟ ତଥା ଆଇନଜୀବୀ ଜ୍ଞାନେଶ୍ୱର ସାହୁ, ପ୍ରଫୁଲ ପଟ୍ଟନାୟକ, ନରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ ।
